Masthead

ଭିଡ଼କୁ ନୁହେଁ କ୍ରାଇମବ୍ରାଞ୍ଚ, ସିବିଆଇକୁ ଦିଅ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭିଡ଼କୁ ନୁହେଁ ଓଡ଼ିଶା କ୍ରାଇମବ୍ରାଞ୍ଚ। ବହୁଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟମୟ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ସାଢ଼େ ତିନିମାସ ବିତିଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ମିଳିପାରି ନାହିଁ ସଫଳତା। ଏଣୁ ଆଉ କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଛି ଆଦିତ୍ୟଙ୍କ ଦ୍ୱାରା ପରିଚାଳିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ ଫର୍ ସେବା ଫାଉଣ୍ଡେସନ। ରାଜ୍ୟପାଳଙ୍କୁ ଭେଟି ଏ ନେଇ ସ୍ମାରକପତ୍ର ଦେଇଛନ୍ତି ଅନୁଷ୍ଠାନର ସଦସ୍ୟ। କ୍ରାଇମବ୍ରାଞ୍ଚ ତଦନ୍ତରେ ଶିଥିଳତା ଦେଖାଦେଇଛି । ଏବେ ବି ଆଦିତ୍ୟ ମୃତ୍ୟୁ ମାମଲା ରହସ୍ୟ ହୋଇ ରହିଯାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନେକ ଦାବି କରୁଛନ୍ତି। ମାମଲାର ନିରପେକ୍ଷ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ। ଆଦିତ୍ୟଙ୍କ ମୃତ୍ୟୁର କିଛିଦିନ ପର୍ୟ୍ୟନ୍ତ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ଟେଲିଭିଜନରେ ବଡ଼ ଖବର ହୋଇ ରହିଥିଲା ଏହି ଘଟଣା। କିନ୍ତୁ ଏବେ ଧୀରେ ଧୀରେ ଏହା ଥମିବାରେ ଲାଗିଛି।

ସୋସିଆଲ ମିଡିଆରେ ମୋଟିଭେସନାଲ ଭିଡିଓ ବନାଇବା ସହ ଦୁଃଖୀଦରିଦ୍ରଙ୍କ ସେବାକରି ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ଆଦିତ୍ୟ। ହେଲେ ତାଙ୍କ ମୃତ୍ୟୁକୁ ନେଇ ଆଜି ବି ସସପେନ୍ସ ଲାଗି ରହିଛି। ପ୍ରଥମେ ରେଲୱେ ପୋଲିସି ଏହାର ତଦନ୍ତ କରିଥିଲା। ପରବର୍ତ୍ତୀ ସମୟରେ ଡିଜିପି ଅଭୟ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ। ତେବେ କ୍ରାଇମବ୍ରାଞ୍ଚର ତଦନ୍ତ ଶିଥିଳ ହୋଇଯାଇଥିବା ଅଭିଯୋଗ କରିଛି ପିପୁଲ୍ ଫର୍ ସେବା ଫାଉଣ୍ଡେସନ। ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ହେଉ ବୋଲି ଫାଉଣ୍ଡେସନ ପକ୍ଷରୁ ଦାବି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! 🔴 ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା 🔴 ହାଜର ହେବେ ICC ସଦସ୍ୟ 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା