Masthead

ଭିଡ଼କୁ ନୁହେଁ କ୍ରାଇମବ୍ରାଞ୍ଚ, ସିବିଆଇକୁ ଦିଅ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଭିଡ଼କୁ ନୁହେଁ ଓଡ଼ିଶା କ୍ରାଇମବ୍ରାଞ୍ଚ। ବହୁଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟମୟ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ସାଢ଼େ ତିନିମାସ ବିତିଥିଲେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ମିଳିପାରି ନାହିଁ ସଫଳତା। ଏଣୁ ଆଉ କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଛି ଆଦିତ୍ୟଙ୍କ ଦ୍ୱାରା ପରିଚାଳିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ ଫର୍ ସେବା ଫାଉଣ୍ଡେସନ। ରାଜ୍ୟପାଳଙ୍କୁ ଭେଟି ଏ ନେଇ ସ୍ମାରକପତ୍ର ଦେଇଛନ୍ତି ଅନୁଷ୍ଠାନର ସଦସ୍ୟ। କ୍ରାଇମବ୍ରାଞ୍ଚ ତଦନ୍ତରେ ଶିଥିଳତା ଦେଖାଦେଇଛି । ଏବେ ବି ଆଦିତ୍ୟ ମୃତ୍ୟୁ ମାମଲା ରହସ୍ୟ ହୋଇ ରହିଯାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନେକ ଦାବି କରୁଛନ୍ତି। ମାମଲାର ନିରପେକ୍ଷ ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ। ଆଦିତ୍ୟଙ୍କ ମୃତ୍ୟୁର କିଛିଦିନ ପର୍ୟ୍ୟନ୍ତ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଥିଲା। ଟେଲିଭିଜନରେ ବଡ଼ ଖବର ହୋଇ ରହିଥିଲା ଏହି ଘଟଣା। କିନ୍ତୁ ଏବେ ଧୀରେ ଧୀରେ ଏହା ଥମିବାରେ ଲାଗିଛି।

ସୋସିଆଲ ମିଡିଆରେ ମୋଟିଭେସନାଲ ଭିଡିଓ ବନାଇବା ସହ ଦୁଃଖୀଦରିଦ୍ରଙ୍କ ସେବାକରି ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ ଆଦିତ୍ୟ। ହେଲେ ତାଙ୍କ ମୃତ୍ୟୁକୁ ନେଇ ଆଜି ବି ସସପେନ୍ସ ଲାଗି ରହିଛି। ପ୍ରଥମେ ରେଲୱେ ପୋଲିସି ଏହାର ତଦନ୍ତ କରିଥିଲା। ପରବର୍ତ୍ତୀ ସମୟରେ ଡିଜିପି ଅଭୟ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ। ତେବେ କ୍ରାଇମବ୍ରାଞ୍ଚର ତଦନ୍ତ ଶିଥିଳ ହୋଇଯାଇଥିବା ଅଭିଯୋଗ କରିଛି ପିପୁଲ୍ ଫର୍ ସେବା ଫାଉଣ୍ଡେସନ। ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ହେଉ ବୋଲି ଫାଉଣ୍ଡେସନ ପକ୍ଷରୁ ଦାବି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ