Masthead

ମନ୍ଦିରକୁ ନେଇ ଦୁଇ ଗାଁରେ ଗଣ୍ଡଗୋଳ, ୪ ଆହତ

ବାଣପୁର (ବଡ଼ ଖବର ବ୍ୟୁରୋ): ମନ୍ଦିର ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲୁଗାଁରେ । ବିଗତ କିଛି ଦିନ ଧରି ବାଲୁଗାଁ ଥାନା ଧବଳେଶ୍ୱର ମନ୍ଦିରକୁ ନେଇ ବିବାଦ ଲାଗି ରହିଥିଲା । ଧୂଆଳ ଓ କୋତରୀ ଦୁଇ ଗାଁ ଲୋକ ଦାବି କରୁଛନ୍ତି ମନ୍ଦିର ସେମାନଙ୍କ ନିଜ ନିଜ ଗାଁର ବୋଲି । ଏନେଇ ଥାନା ଓ ପ୍ରସାଶନିକ ସ୍ତରରେ ଆଲୋଚନା ହେଇଥିଲା । କିନ୍ତୁ ବିବାଦର ସମାଧାନ ଏଯାଏଁ ହୋଇନଥିଲା ।

ଜାଗର ଯାତ୍ରାକୁ ନେଇ କୋତାରୀର କିଛି ଲୋକ ମନ୍ଦିର ପରିସରରେ ପୂର୍ବ ପ୍ରସ୍ତୁତି କରୁଥିବା ବେଳେ ଧୂଆଁଳର କିଛି ଲୋକ ଠେଙ୍ଗାବାଡି ଧରି ସେମାନଙ୍କୁ ଆକ୍ରମଣ କରିଥିଲେ । ୪ ଜଣ ଆହତ ହୋଇ ବାଲୁଗାଁ ଡାକ୍ତରଖାନାରେ ଚିକିତ୍ସôିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସକାଳୁ କୋତରୀ ଲୋକ ବାଲୁଗାଁ ଥାନାରେ ପହଞ୍ଚି ଯାତ୍ରା ବାବଦରେ ଆଲୋଚନା କରିବା ପରେ ମନ୍ଦିର ପରିସର ସଫା କରୁଥିବା ବେଳେ ଏମିତି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଆହତ ଲୋକ।

ଉଭୟ ପକ୍ଷରୁ ସମୁଦାୟ ୯ ଜଣ ଆହତ ହୋଇଥିବା ସମୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ବାଲୁଗାଁ ଏସଡିପିଓ, ଆଇଆଇସିଙ୍କ ସମେତ ଏକ ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରିବା ସହ ଉଭୟ ପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ପରିବେଶ ଶାନ୍ତ କରିବାର ପ୍ରୟାସ ଜାରି ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା