Masthead

ସମୟ ପୂର୍ବରୁ ୮,୩୦୦ କୋଟି ଫେରାଇଲେ ଗୌତମ ଆଦାନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମୟ ପୂର୍ବରୁ ୮,୩୦୦ କୋଟି ଫେରାଇଲେ ଗୌତମ ଆଦାନୀ । ଜାରି କରାଗଲା ବିସ୍ତୃତ ତଥ୍ୟ । ଆଦାନୀ ଗ୍ରୁପର ସେୟାର ହ୍ରାସ ମଧ୍ୟରେ ପ୍ରମୋଟରଙ୍କ ବନ୍ଧକ ଥିବା ଅଂଶଧନ ବିରୋଧରେ ନିଆଯାଇଥିବା ୧.୧୧ ବିଲିୟନ ଡଲାରର ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ସେପ୍ଟେମ୍ବରରେ ଏହାର ସମୟ ସୀମା ଶେଷ ହେଉଥିଲା । ଗ୍ରୁପ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, କିଛି ଋଣ ପ୍ରଦାନ ପାଇଁ ଆଦାନୀ ପୋର୍ଟ, ଏସଇଜେଡ୍, ଆଦାନୀ ଟ୍ରାନସମିଶନ ଏବଂ ଆଦାନୀ ଗ୍ରୀନ ଏନର୍ଜିର ସେୟାରକୁ ବନ୍ଧକ ରଖିଥିଲେ । ଯାହାର ପରିଶୋଧ ସମୟ ପୂର୍ବରୁ କରିଦିଆଯାଇଛି ।

ଆଦାନୀ ପୋର୍ଟରେ ୧୬୮.୨୭ ମିଲିୟନ ସେୟାର ରହିଛି ଏଥିରେ ପ୍ରମୋଟରଙ୍କ ୧୨ ପ୍ରତିଶତ ଅଂଶଧନ ରହିଛି ଯାହା ପ୍ରଦାନ କରାଯିବ । ଆଦାନୀ ଗ୍ରୀନ ଏନର୍ଜିରେ ୨୭.୫୬ ମିଲିୟନ ସେୟାର ରହିଛି ଏଥିରେ ପ୍ରମୋଟରଙ୍କ ୩ ପ୍ରତିଶତ ଅଂଶଧନ ରହିଛି ଯାହା ପ୍ରଦାନ କରାଯିବ । ଆଦାନୀ ଟ୍ରାନସମିସନରେ ୧୧.୭୭ ମିଲିୟନ ସେୟାର ରହିଛି ଯେଉଁଥିରେ ୧.୪ ପ୍ରତିଶତର ଅଂଶଧନ ପ୍ରଦାନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ