କିଏ ଥିଲେ ପ୍ରଧାନମନ୍ତ୍ରୀ ନେହରୁଙ୍କ ସ୍ତ୍ରୀ? କାହିଁକି କାଳ ସାଜିଲା ନେହେରୁଙ୍କ ସ୍ତ୍ରୀ ହେବା?

https://youtu.be/o4uvRQNg0GA

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ): କିଏ ଥିଲେ ପ୍ରଧାନମନ୍ତ୍ରୀ ନେହରୁଙ୍କ ସ୍ତ୍ରୀ? କିଏ ଥିଲେ ବୁଧନୀ? କେମିତି ଥିଲା ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଓ ତାଙ୍କ ଆଦିବାସୀ ପତ୍ନୀଙ୍କ ସମ୍ପର୍କ? କେମିତି ହେଲା ବିବାହ? ଅନେକ ଲୋକ ଏ ବିଷୟରେ ଅବଗତ ନାହାନ୍ତି । କ’ଣ ଥିଲା ପୂରା କାହାଣୀ? କେମିତି ହୋଇଥିଲା ବିବାହ? ୧୯୫୯ ମସିହା କଥା । ଯେତେବେଳେ ପ୍ରଧାନମନ୍ତ୍ରୀ ନେହରୁ ପହଂଚିଥିଲେ ପଶ୍ଚିମବଙ୍ଗରେ । ଯେଉଁଠି ଏକ ଡ୍ୟାମର ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିଲା । ସେହି ସମୟରେ ଦାମୋଦର ଭ୍ୟାଲି କର୍ପୋରେସନ ଏକ ୧୫ ବର୍ଷୀୟ ସାନ୍ତାଳୀ ଝିଅକୁ ବାଛିଥିଲା ନେହରୁଙ୍କୁ ପାଛୋଟି ଆଣିବା ପାଇଁ । ଯାହାଙ୍କର ନାଁ ଥିଲା ବୁଧନୀ ମାନଝୀ । ନେହରୁ ଆସିଲେ । ବୁଧନୀ ଫୁଲମାଳ ପକାଇ ତାଙ୍କୁ ସ୍ୱାଗତ କଲେ । ବଦଳରେ ସେ ମଧ୍ୟ ବେକରୁ ଫୁଲମାଳ କାଢି ବୁଧନୀଙ୍କ ବେକରେ ପକାଇ ଦେଇଥିଲେ । ପ୍ରଶଂସା ପାଇଁ ବୁଧନୀଙ୍କୁ ହାରଟିଏ ପିନ୍ଧାଇ ଦେଇଥିଲେ ପ୍ରଧାନମନ୍ତ୍ରୀ । କିଶୋରୀ ଅବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଫୁଲମାଳ ପିନ୍ଧିବା ତାଙ୍କ ପାଇଁ ବେଶ ଖୁସିର ମାହୋଲ ଆଣିଦେଇଥିଲା । ବେଶ ଖୁସି ଥିଲେ ବୁଧନୀ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରଥମ ଆଦିବାସୀ ମହିଳା ଭାବେ ତାଙ୍କୁ ମିଳିଥିଲା ସୁଯୋଗ । ହେଲେ କିଏ ଜାଣିଥିଲା ନେହରୁଙ୍କ ମାଳ ବୁଧନୀଙ୍କ ପାଇଁ କାଳ ସାଜିବ ବୋଲି ।

କାରଣ ସାନ୍ତାଳୀ ସଂସ୍କୃତିରେ ଏହାକୁ ବିବାହର ଆଖ୍ୟା ଦିଆଯାଇଥିଲା । ସେବେଠୁ ସେ ପାଲଟିଗଲେ ନେହରୁଙ୍କ ଆଦିବାସୀ ସ୍ତ୍ରୀ । ଆଦିବାସୀ ଝିଅଟିଏ ପ୍ରଧାନମନ୍ତ୍ରୀଙ୍କୁ ବିବାହ କରିଲା । ଏ କଥା ଯେତିକି ଚର୍ଚ୍ଚାର ବିଷୟ ନ ହେଲା, ତା’ ଠାରୁ ଅଧିକ ଚର୍ଚ୍ଚା ଏଇୟା ହେଲା ଯେ, ସେ ଭିନ୍ନ ଜାତିରେ ବିବାହ କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ବହୁ କଟୁ କଥାର ଶୀକାର ହେବାକୁ ପଡିଥିଲା । ଏମିତି ବି ପରିସ୍ଥିତି ସୃଷ୍ଟି ହେଲା, ଯେ ତାଙ୍କୁ ଗାଁ ଲୋକେ ବାସନ୍ଦ କରିଦେଲେ । ଗାଁରେ ପ୍ରବେଶ କରିବାର ସମସ୍ତ ବାଟ ବନ୍ଦ ହୋଇଗଲା ବୁଧନୀଙ୍କ ପାଇଁ । ଦାମୋଦର ଭ୍ୟାଲି କର୍ପୋରେସନରେ ସେ କାମ କରୁଥିଲେ । କିନ୍ତୁ ତାହା ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା । ୧୯୬୨ ମସିହାରେ ତାଙ୍କୁ କାମରୁ କାଢିଦିଆଗଲା । ବେସାହାରା ହୋଇ ସେ ଚାଲିଗଲେ ଝାଡଖଣ୍ଡକୁ । ସେଠି ସୁଧୀର ଦତ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ସେ ଭେଟିଥିଲେ । ଦୁହିଁଙ୍କ ସମ୍ପର୍କ ପରସ୍ପର ସହ ନିକଟତର ହେଲା । ଏହା ପରେ ଦୁହେଁ ବିବାହ କରିବାକୁ ଚାହିଁଲେ । କିନ୍ତୁ ସାନ୍ତାଳୀ ସମାଜରେ ଏହାକୁ ଘୋର ବିରୋଧ କରାଯିବା ଭୟରେ ଦୁହେଁ ପଛଘୁଂଚା ଦେଉଥିଲେ । କିନ୍ତୁ ସମୟ ବିତିଲା । ଏବଂ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇ ଖୁସିର ସଂସାର ଗଢିଥିଲେ । କିନ୍ତୁ ଆଜି ବି ତାଙ୍କୁ ପ୍ରଧାନମନ୍ତ୍ରୀ ନେହରୁଙ୍କ ଆଦିବାସୀ ସ୍ତ୍ରୀ ରୂପେ ଲୋକେ ବିବେଚନା କରନ୍ତି । ୮୦ ବର୍ଷ ବୟସରେ ତାଙ୍କର ମୃତୁ୍ୟ ହେବା ପରେ ପୁଣି ଏବେ ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ