ଇସ୍ରାଏଲ ଆକ୍ରମଣରେ ଛାରଖାର ଗାଜାଷ୍ଟ୍ରିପ, ଗାଜାରେ ଭୟାନକ ମାନବୀୟ ସଙ୍କଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧରେ ଉଭୟ ପକ୍ଷରୁ ୩୬୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହମାସ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଏପଟେ ପଡୋଶୀ ସିରିୟା ଓ ଲେବାନନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ସିରିୟା ଓ ଲେବାନନ ମାଟିରୁ କ୍ଷେପଣାସ୍ତ୍ର ମାଡ ପରେ କଡା ଜବାବ ଦେଇଛନ୍ତି ଇସ୍ରାଏଲ ସେନା । ଆଗକୁ ତିନିପଟୁ ଆକ୍ରମଣର ତୀବ୍ରତା ବଢିବା ଆଶଙ୍କା କରି ଇସ୍ରାଏଲ ସୀମାନ୍ତ ଅଞ୍ଚଳର ଲୋକଙ୍କୁ ବଙ୍କରରେ ରହିବାକୁ କୁହାଯାଇଛି ।

ସେପଟେ ଇସ୍ରାଏଲ ବାୟୁସେନାର ଭୟଙ୍କର ଆକ୍ରମଣରେ ଛାରଖାର ହୋଯାଇଛି ଗାଜାଷ୍ଟ୍ରିପ । ବିଦ୍ୟୁତ ଯୋଗାଣ ଠପ ହୋଇଯାଇଥିବା ବେଳେ ଖାଦ୍ୟ, ଇନ୍ଧନ ସମେତ ଅନ୍ୟ ଜରୁରୀ ସାମାଗ୍ରୀର ଉତ୍କଟ ଅଭାବ ଦେଖା ଦେଇଛି । ଇସ୍ରାଏଲ ବାୟୁ ସେନା ପକ୍ଷରୁ ଜୋରଦାର ଆକ୍ରମଣ ହେଉଥିବାରୁ ଭୟରେ ଗାଜାରୁ ପ୍ରାୟ ୨ ଲକ୍ଷ ୬୦ ହଜାର ଲୋକ ସହର ଛାଡିସାରିଲେଣି । ବର୍ତ୍ତମାନ ସୁଦ୍ଧା ୨୨୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂଶ କରିଛି ଇସ୍ରାଏଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ