Masthead

କରୋନା ସମୟରେ ନିର୍ବାଚନ ଆୟୋଗଙ୍କ ନୂଆ ନିୟମ

ଦିଲ୍ଲୀ, (ବଡ଼ ଖବର ବ୍ୟୁରୋ) : କରୋନା ମହାମାରୀ ସମୟରେ ଚାଲିଥିବା ଏବଂ ଭବିଷ୍ୟତରେ ହେବାକୁ ଥିବା ନିର୍ବାଚନ ପାଇଁ ତାରକା ପ୍ରଚାରକମାନଙ୍କ ମାନଦଣ୍ଡକୁ ନିର୍ବାଚନ ଆୟୋଗ ସଂଶୋଧନ କରିଛନ୍ତି । ମହାମାରୀ ସମୟରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳଗୁଡିକ ପାଇଁ ସର୍ବାଧିକ ୩୦ ତାରକା ପ୍ରଚାରକ ଏବଂ ଅଣ-ସ୍ୱୀକୃତିପ୍ରାପ୍ତ ପଞ୍ଜୀକୃତ ରାଜନୈତିକ ଦଳଗୁଡିକ ପାଇଁ ୧୫ ତାରକା ପ୍ରଚାରକଙ୍କୁ ସ୍ଥିର କରାଯାଇଛି। ନିର୍ବାଚନ ସମୟରେ ଦଳମାନେ ଫିଲ୍ମ କଳାକାରଙ୍କଠାରୁ ଆରମ୍ଭ କରି ଅନ୍ୟ କ୍ଷେତ୍ରରୁ ସେଲିବ୍ରିଟିମାନଙ୍କୁ ଷ୍ଟାର ପ୍ରଚାରକ ଭାବରେ ନେଇଆସୁଛନ୍ତି । କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବର୍ତ୍ତମାନ ଏହି ନୂତନ ନିୟମ ଜାରି କରିଛନ୍ତି । ଏହାପୂର୍ବରୁ ଅଗଷ୍ଟ ୨୧ରେ ଆୟୋଗ ‘କରୋନା ଯୁଗରେ’ ନିର୍ବାଚନ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଥିଲା। ବିହାର ବିଧାନସଭା ନିର୍ବାଚନ ଏବଂ ଅନ୍ୟାନ୍ୟ ଉପ-ନିର୍ବାଚନ ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ବର୍ତ୍ତମାନ ପ୍ରାର୍ଥୀଙ୍କ ସମେତ କେବଳ ପାଞ୍ଚଜଣ ଲୋକ ଘର ଘର ବୁଲି ପ୍ରଚାର ଅଭିଯାନରେ ଅଂଶଗ୍ରହଣ କରିପାରିବେ। ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଓ ତତ୍ଜନିତ ଟଙ୍କା ଅନଲାଇନରେ ଦାଖଲ କରିପାରିବେ । ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡିକର କରୋନା ଉପରେ ଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ସାଧାରଣ ସଭା ଏବଂ ରୋଡ୍ ସୋକୁ ଅନୁମତି ଦିଆଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ