Masthead

ଜର୍ଜ ଫ୍ଲୟଡଙ୍କ ହତ୍ୟା ମାମଲା, ଦୋଷୀକୁ ୨୨ ବର୍ଷ ୬ମାସ ଜେଲଦଣ୍ଡ

(ବଡ଼ ଖବର ବ୍ୟୁରୋ): ଆମେରିକାର କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲୟଡଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମିନେପଲିସ ପୁଲିସର ଡେରେକ ଚୌଭିନକୁ ଦଣ୍ଡାଦେଶ । ସ୍ଥାନୀୟ କୋର୍ଟ ଏହି ଘଟଣାରେ ତାଙ୍କୁ ୨୨ବର୍ଷ ୬ମାସର ଜେଲ ଦଣ୍ଡ ଶୁଣାଇଛନ୍ତି । ୱାଶିଂଟନର ହେନିପିନ କାଉଣ୍ଟି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏହି ଘଟଣା ପାଇଁ ୩୦ବର୍ଷର ଦଣ୍ଡାଦେଶ ଶୁଣାଇବାକୁ ଦାବି ହୋଇଥିଲା । ଡେରେକଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ କାର୍ଯ୍ୟକଳାପ ନଥିବାରୁ ତାଙ୍କୁ ୧୦ରୁ ୧୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବାକୁ ପରାମର୍ଶ ଦିଆଯାଇଥିଲା । ବିଚାରପତି କିନ୍ତୁ ତାଙ୍କୁ ୨୨ବର୍ଷ ୬ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ଆମେରିକାର ରାଷ୍ଟ୍ରପତି ନିର୍ବାଚନନ ପୂର୍ବରୁ ମିନେପଲିସରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୟଡଙ୍କୁ ନିଜ ଗୋଡ଼ରେ ଚାପି ଡେରେକ ହତ୍ୟା କରିଥିଲେ ।

ମେ ୨୫, ୨୦୨୦ରେ ଏହି ଘଟଣା ଘଟିଥିଲା । ଏହାପରେ ଏହାକୁ ବିରୋଧ କରି ଶତାଧିକ ଆମେରିକୀୟ ରାଜରାସ୍ତାକୁ ଓହ୍ଲାଇଥିଲେ । ଜର୍ଜ ପ୍ଲୟଡଙ୍କ ଶେଷ ଶବ୍ଦ ‘ଆଇ କାଣ୍ଟ ବ୍ରିଥ’କୁ କ୍ୟାମ୍ପେନ ଆରମ୍ଭ ହୋଇଥିଲା । କେବଳ ଆମେରିକାରେ ନୁହେଁ ସମ୍ପୂର୍ଣ୍ଣ ବିଶ୍ୱରେ ଏହାର ବିରୋଧ କରାଯାଇଥିଲା । ତେବେ ଏହି ଘଟଣା ପରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସତ୍ତାକୁ ମଧ୍ୟ ଦୋହଲାଇଦେଇଥିଲା । ଯାହାର ପରିଣାମ ଡୋନାଲ୍ଡ ଟ୍ରମ୍ପଙ୍କୁ ନିର୍ବାଚନରେ ହାରିବାକୁ ପଡ଼ିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍