Masthead

ଦୁର୍ଦ୍ଦଶାରେ ଘଣ୍ଟେଶ୍ୱର: ଗଦି-ପଞ୍ଚୁଟିକ୍ରି ରାସ୍ତା ମରାମତି କେବେ?

କେବେ ଭାଙ୍ଗିବ ସରକାରଙ୍କ ନିଦ?

ଚାନ୍ଦବାଲି: ବିକାଶକୁ ନେଇ ଜୋରଦାର ଭାଷଣବାଜି । ହେଲେ ବାସ୍ତବତା କଣ ସତରେ ସେୟା ? ଏହାର ଉତ୍ତର ଖୋଜିବାକୁ ବେଶି ଦୂର ଯିବାକୁ ହେବ ନାହିଁ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳିର ଘଣ୍ଟେଶ୍ୱରକୁ କେବେ ଆସନ୍ତୁ । ଅବହେଳିତ, ଅନୁନ୍ନତର ଅନ୍ଧକାରତାରେ ପେଶି ହେଉଛି ଏହି ଅଞ୍ଚଳ । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଭଳି ମୌଳିକ ସୁବିଧା ଏଠାରେ ଠିକ୍ ଭାବେ ପହଞ୍ଚି ପାରୁନାହିଁ । ସାମୂହିକଭାବେ ଅନେକ ଅସୁବିଧା ଏଠାରେ । ସେ ସବୁ ବିଷୟରେ ଗୋଟିଏ ପରେ ଗୋଟିଏ ଆପଣଙ୍କ ସାମ୍ନାକୁ ଆଣିବୁ । ଆଜି ଗମନାଗମନ ସଂପର୍କିତ ତଥ୍ୟ ରଖୁଛୁ ।
ଘଣ୍ଟେଶ୍ୱରର ତିନି ପଟେ ମନ୍ତେଇ ନଈ । ପୋଲ ହେବ ହେବ ଯେ ଗଲା ୫୦ ବର୍ଷ ହେଲା ଏଠାକାର ଲୋକଙ୍କୁ ଖାଲି ପ୍ରତିଶ୍ରୁତି ମିଳୁଛି । ଆଉ ରାସ୍ତା କହିଲେ ଗୋଟିଏ । ଭଦ୍ରକ-ଚାନ୍ଦବାଲି ରାସ୍ତାର ଗଦି ଛକରୁ ପଞ୍ଚୁଟିକ୍ରି ରାସ୍ତାରେ ୬ କିଲୋମିଟର ଯିବାକୁ ହୁଏ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଏହି ରାସ୍ତାରେ କିନ୍ତୁ ରାସ୍ତା କମ୍, ଖାଲଖମା ବେଶୀ । ସଂପୂର୍ଣ୍ଣ ବିପଦଶଙ୍କୁଳ ଅବସ୍ଥାରେ ଯା’ ଆସ କରିବାକୁ ବାଧ୍ୟ ହେଉଛନ୍ତି ୧୨ ପଞ୍ଚାୟତର ୫୦ ହଜାରରୁ ଅଧିକ ଲୋକେ । ବର୍ଷା ଦିନେ ତ ଯିବା ଆସିବା ଏକରକମ ବନ୍ଦ । ବର୍ଷ ବର୍ଷ ଧରି ଏହି ଅବସ୍ଥା । ଜନପ୍ରତିନିଧି ଓ ପ୍ରଶାସନ ଆଗରେ ଅନେକଥର ଅଭିଯୋଗ ସହ ଅନୁରୋଧ କରିଛନ୍ତି ଏଠାକାର ଲୋକେ । ହେଲେ ମିଳୁଛି ଖାଲି ପ୍ରତିଶ୍ରୁତି । କାମ କିନ୍ତୁ ହେଉ ନ ଥିବା ଅଭିଯୋଗ ହେଉଛି । ଖାଲି ଯାହା ନିର୍ବାଚନ ଆସିଲେ ଲୋକଦେଖାଣିଆ ପ୍ୟାଚ୍ ପକାଇ ପୁଣି ୫ ବର୍ଷ ଲାଗି ଭୁଲି ଯାଆନ୍ତି ସରକାର ।

କେବେ ଏହି ରାସ୍ତା କାମ ହେବ, କେବେ ସ୍ଥାନୀୟ ଲୋକଙ୍କ ଦୁଃଖ ଘୁଞ୍ଚିବ ତାହାର ଉତ୍ତର କାହାରି ପାଖରେ ନାହିଁ । ସେପଟେ ଏହି ରାସ୍ତା ପାର୍ ହୋଇ ଗଲା ପରେ ଘଣ୍ଟେଶ୍ୱର ଯିବାକୁ ଗଭେଇପୋଖରୀରୁ ଘଣ୍ଟେଶ୍ୱର ବଜାର ଯାଏଁ ଯାଉଥିବା ରାସ୍ତା କିଛି ବର୍ଷ ହେଲା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତାହାର ମରାମତି ପାଇଁ ବି କାହାର ଚିନ୍ତା ନାହିଁ । ଯାହା ସ୍ଥାନୀୟ ଲୋକଙ୍କୁ କ୍ଷୁବ୍ଧ କରୁଛିି ।
ଏଠାକାର ଅଧିକାଂଶ ଜନପ୍ରତିନିଧି ଶାସକ ଦଳର । କ୍ଷମତାରେ ଥାଇ ବି ନିଜ ମାଟିର ସମସ୍ୟାକୁ ସେମାନେ ଦୂର କରିପାରୁ ନାହାନ୍ତି । ଯାହା ସବୁଠାରୁ ବେଶି ଆଶ୍ଚର୍ଯ୍ୟର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା