Masthead

ଧରାପଡ଼ିଲା ଛେଳି ଚୋର

କାକଟପୁର(ବଡ଼ ଖବର ବ୍ୟୁରୋ): କାକଟପୁର ଓ କୋଣାର୍କ ପୋଲିସ ପଞ୍ଝା ରେ ଅନ୍ତଃ ଜିଲ୍ଲା ଛେଳି ଚୋର । କିଛିଦିନ ଧରି ଅସ୍ତରଙ୍ଗ, କାକଟପୁର, ଗୋପ କୋଣାର୍କ, ନିଆଳି ଅଂଚଳ ରେ ବେଧଡ଼କ ଛେଳି ଗାଈ ମାଛ ଚୋରି ଚାଲିଛି । କିଛି ଦିନ ତଳେ ଅସ୍ତରଙ୍ଗ ରୁ ମାଛ ଚୋର, କାକଟପୁରରୁ ଗାଈ ଚୋର ଧରା ପଡିଥିଲା ବେଳେ, ଚାରିଛକରୁ ଜଣେ ଛେଳି ଚୋର କୁ କମିଶନରେଟ ପୋଲିସ ଉଠାଇନେଇଥିଲେ । ୧୭ ତାରିଖ ଶନିବାର ରାତିରେ କୋଣାର୍କ ଓ କାକଟପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାକଟପୁର ସୁହାଣପୁର ବସ୍ତିରୁ ୨୪ ଟି ଛେଳି ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିବା ସହିତ , ଦୁଇଟି ମୋଟର ସାଇକେଲ ଜବତ କରିଛି ।

ଚୋର ମାନେ ଛେଳି ମୁହଁରେ ସେଲୋ ଟେପ ବାନ୍ଧି ଉଠାଉ ନେଉଥିଲେ । କାକଟପୁର ଓ କୋଣାର୍କ ଥାନାର ୬ ଜଣ ଅଫିସର ସହ ଦୁଇ ସେକ୍ସନ ଫୋର୍ସ ୧୭ତାରିଖ ଦିନ ରାତିସାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି କରି ୨୪ ଛେଳି ଉଦ୍ଧାର କରିଛନ୍ତି । ଅନ୍ୟ ପଟେ ଉଦ୍ଧାର ଛେଳି କୁ ଚି଼ହ୍ନଟ କରିବାକୁ ଥାନାସମ୍ମୁଖରେ ଛେଳି ଚାଷୀଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ଚାଷୀ ମାନେ ପୁରୀ ପୋଲିସ ଓ କାକଟପୁର, କୋଣାର୍କ ପୋଲିସ କୁ ଧନ୍ୟବାଦ ଦେବା ସହ ଅନ୍ୟ ଛେଳି ଚୋର ଓ ଗାଈ ଚୋରଙ୍କୁ ଧରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ