Before Header

ଭୟରେ ଜମ୍ମୁ ମୁହାଁ ପ୍ରବାସୀ ଶ୍ରମିକ

0 16

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀମାନେ କଶ୍ମୀରରେ ଆତଙ୍କ ଖେଳାଇଛନ୍ତି । କଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକଙ୍କୁ ଆତଙ୍କବାଦୀ ହତ୍ୟା କରିବାରେ ଲାଗିଛନ୍ତି । ୨ ଦିନ ମଧ୍ୟରେ ୪ ପ୍ରବାସୀ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇବା ପରେ ସମସ୍ତଙ୍କ ଚିନ୍ତା ଏବେ ବଢି ଯାଇଛି । ତେବେ ଆଗକୁ ଆହୁରି ହମଲା ହେବାର ଆଶଙ୍କା ଥିବାରୁ ସିଆରପିଏଫ, ଆର୍ମି ଓ ଏନଆଇର ଅଧିକାରୀମାନେ କଶ୍ମୀରରେ ପହଞ୍ଚି ସ୍ଥିତିର ଅନୁଧାନ କରୁଛନ୍ତି । ଶନିବାର ଦିନ ୨ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ଗତକାଲି ମଧ୍ୟ ପୁଣି ଅନ୍ୟ ୨ ଜଣ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି।

ଗତ ୧୫ ଦିନ ମଧ୍ୟରେ ମୋଟ୍‌ ୧୧ ଜଣ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏଥିପାଇଁ କଶ୍ମୀରରେ ରହୁଥିବା ଅଣ-କଶ୍ମୀର ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଭୟ ବଢ଼ିଛି। ଅନେକ ସଂଖ୍ୟାରେ ପ୍ରବାସୀ ଶ୍ରମିକ କଶ୍ମୀର ଛାଡ଼ି ଦେଇ ଜମ୍ମୁ ମୁହାଁ ହୋଇଛନ୍ତି। ସେମାନେ ନିଜ ଜୀବନ ବଞ୍ଚାଇବାକୁ ଭୟରେ ଅଛନ୍ତି। ପାଖରେ ଟଙ୍କା ନାହିଁ। କିଛି ଶ୍ରମିକ ଏକ ଇଟା ଭାଟିରେ କାମ କରୁଥିଲେ। କିନ୍ତୁ ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ମିଳିନି।

ପାରିଶ୍ରମିକ ନପାଇ ସେମାନେ ପ୍ରାଣ ବିକଳରେ କଶ୍ମୀର ଛାଡ଼ି ଦେଇଛନ୍ତି।
ସିଆରପିଏଫ ଓ ଏନଆଇଏ ଡିଜି କୁଲଦୀପ ସିଂହ କଶ୍ମୀରରେ କ୍ୟାମ୍ପ କରି ରହିଛନ୍ତି । ପ୍ରବାସୀଙ୍କ ସୁରକ୍ଷା ସହ ଆତଙ୍କବାଦୀଙ୍କ ସବୁ ପ୍ରକାରର ଉଦ୍ୟମକୁ ପଣ୍ଡ କରିବାକୁ ରଣନୀତି ପ୍ରସ୍ତୁତ କରାଯାଉଛି । ସେପଟେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଧ୍ୟ କଶ୍ମୀରରେ ଘଟୁଥିବା ଘଟଣା ଉପରେ ନଜର ରଖିଛି । ସେନା ପକ୍ଷରୁ ଏକ ବଡଧରଣର ଅପରେସନ ପାଇଁ ବର୍ତ୍ତମାନ ଯୋଜନା ଚାଲିଛି । ସୁରକ୍ଷାକର୍ମୀମାନେ କ୍ରମାଗତ ଭାବେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ କରୁଥିବାରୁ ଏହାର ବଦଲା ନେବାକୁ ସେମାନେ ଅଣ କଶ୍ମୀରଙ୍କୁ ଚାର୍ଗେଟ କରୁଛନ୍ତି ।

ପୂର୍ବରୁ କଶ୍ମୀରରେ କେବେ ହେଲେ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକ ଏବଂ ବାହାର ରାଜ୍ୟର ଲୋକମାନଙ୍କ ଉପରେ ହମଲା କରିନାହାନ୍ତି । ହେଲେ ଏବେ ସ୍ଥିତି ବଦଳି ଯାଇଛି । ସେମାନେ ଏବେ ସାଧାରଣ ଲୋକଙ୍କ ବ୍ୟତୀତ ଅନ୍ୟ ପ୍ରବାସୀଙ୍କ ଉପରେ ମାଧ୍ୟ ଟାର୍ଗେଟ ରଖିଛନ୍ତି । ଖବର ଅନୁଯାୟୀ ଆତଙ୍କୀଙ୍କ ହମଲାରେ ଏଥର ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଗତ ୯ଦିନ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ପୁଞ୍ଚ ଜଙ୍ଗଲରେ ୮ ଦିନ ହେଲା ଏନକାଉଣ୍ଟର ଜାରି ରହିଛି । ଏହି ଏନକାଉଣ୍ଟରରେ ୯ ଜଣ ଯବାନ ସହିଦ ହୋଇଛନ୍ତି । ତଥାପି ଯବାନଙ୍କ ପକ୍ଷରୁ କଡା ଜବାବ ଦିଆଯାଉଛି ।

Leave A Reply

Your email address will not be published.