Masthead

ଧ୍ୟାନଚାନ୍ଦ… ମ୍ୟାଜିସିଆନ୍ ଅଫ୍ ହକି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଅଗଷ୍ଟ ୨୯, ଜାତୀୟ କ୍ରୀଡା ଦିବସ। କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ। ଅଲିମ୍ପିକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କ ରହିଛି ଅତୁଳନୀୟ ଅବଦାନ । ଯୁବଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡା ବିପ୍ଳବର ବହ୍ନି ଜଳାଇବା ଉଦ୍ଦେଶ୍ୟରେ ଏହି ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । ଯୁବପିଢିଙ୍କ ମଧ୍ୟରେ ସ୍ପୋର୍ଟର୍ସ ମ୍ୟାନ୍ ସ୍ପିରିଟ୍ ବଢାଇବା, ଏହି ଦିବସ ପାଳନର ଉଦ୍ଦେଶ୍ୟ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’(National Sports Day) ଭାବେ ପାଳନ କରାଯାଉଛି। ଆମ ଦେଶର ଜାତୀୟ ଖେଳ ହକି ପାଇଁ ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଦେବା ପାଇଁ ଏହି ଦିବସ ପାଳନ କରାଯାଉଛି।

୧୯୨୮ରୁ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ଅଭିଯାନ ଆରମ୍ଭ ହୋଇଥିଲା । ୧୯୮୦ ମସିହା ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଦଳର ଦବଦବା ରହିଥିଲା । ୧୯୨୬ ମସିହାରୁ ୧୯୪୯ ପର୍ଯ୍ୟନ୍ତ ମଇଦାନରେ ସକ୍ରିୟ ଥିବା ମେଜର ଧ୍ୟାନଚାନ୍ଦ ଦେଶ ପାଇଁ ଏକାଧିକ ସ୍ୱର୍ଣ୍ଣପଦକ ଆଣିବା ସହ ବହୁ ରେକର୍ଡ ସ୍ଥାପନ କରିଥିଲେ। ମୋଟ୍ ୮ଟି ସ୍ୱର୍ଣ୍ଣ ଜିତି ଭାରତ ରେକର୍ଡ କରିଥିଲା । ଏହା ପରେ ୨୦୦୮ ଅଲିମ୍ପିକ୍ସକୁ ପୁରୁଷ ହକି ଦଳ ଯୋଗ୍ୟତା ହାସଲ କରିପାରିନଥିଲା । ଧ୍ୟାନଚାନ୍ଦଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାଜିସିଆନ୍ ଅଫ୍ ହକି ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା