ଝାରସୁଗୁଡ଼ା(ବଡଖବର ବ୍ୟୁରୋ): ନବଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଏଡିଜେ କୋର୍ଟରେ ହାଜର କରାଯାଇଛି । ଚୌଦ୍ୱାର ଜେଲରୁ ଗୋପାଳକୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡ଼ା କୋର୍ଟକୁ ଅଣାଯାଇଥିଲା । ଏଡିଜେ କୋର୍ଟ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜ ଫ୍ରେମ ହେବାର ଥିଲା । ମାତ୍ର ପ୍ରତିପକ୍ଷ ଡିସଚାର୍ଜ ପିଟିସନ ଦାଖଲ କରିଥିଲେ । ଗୋପାଳ ଦସେଙ୍କ କେସ୍ ପାଇଁ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନାଙ୍କୁ ନିଯୁକ୍ତି କରିଛନ୍ତି । ଗତ ୨୬ ତାରିଖରେ ହାଜିରା ସମୟରେ ଗୋପାଳ ନିଜ ପାଇଁ ଆଇନଜୀବୀ ଠିକ କରିନଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ନିଯୁକ୍ତି କରାଯାଇଥିଲା ।