Masthead

ନବ ଦାସଙ୍କୁ ମାରିବାକୁ ୪ ମାସ ଧରି ସୁଯୋଗ ଖୋଜୁଥିଲେ ଗୋପାଳ!

ଝାରସୁଗୁଡା (ବଡ଼ ଖବର ବ୍ୟୁରୋ): ‘ରାଜ୍ୟ ସରକାର ଭଲ କାମ କରୁଛନ୍ତି’। କିନ୍ତୁ କିଛି ନେତା ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଏହି ନେତାମାନେ ଲୋକଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ଦୁଃଖ ଦେଉଛନ୍ତି। ଆଉ ଭୟଭୀତ କରି ରଖିବାକୁ ନିର୍ଯାତନା ଦେଉଛନ୍ତି। ଏହି ନେତାଙ୍କ ମଧ୍ୟରେ ଜଣେ ଥିଲେ ମନ୍ତ୍ରୀ ନବ ଦାସ। ତେଣୁ ନବ ଦାସଙ୍କୁ ମାରି ଦେଲି’। ଏକଥା ଆଉ କେହି ନୁହେଁ କ୍ରାଇମବ୍ରାଞ୍ଚର ପଚରାଉଚରାବେଳେ ଖୋଦ ଗୋପାଳ ଏହି କଥା କହିଛି । ଯାହାକୁ ନେଇ ଏବେ ତଦନ୍ତ ଆଗଉଛି। ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ବିତୀୟ ରିମାଣ୍ଡ ଅବଧି ରବିବାରଠୁ ଆରମ୍ଭ ହୋଇଛି।

ଝାରସୁଗୁଡାର ଓଏସଏପି ଦ୍ବିତୀୟ ବାଟାଲିଅନ କୋଠାରେ ଗୋପାଳଙ୍କୁ ଜେରା ଚାଲିଛି। ହେଲେ ଏହାରି ଭିତରେ ଆଉ କିଛି ସୂଚନା ଆସିଛି। ଜିଲ୍ଲାର ଅନ୍ୟ କିଛି ପୋଲିସଙ୍କ ସୂଚନା ଅନୁଯାୟୀ, ମନ୍ତ୍ରୀଙ୍କ ଆଖପାଖରେ ଡ୍ୟୁଟି ନଥିଲେ ମଧ୍ୟ ଘୁରିବୁଲୁଥିଲେ ଗୋପାଳ। ସେପ୍ଚେମ୍ବର ୧୮ରେ ନୂଆଖାଇ ବେଳେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଗୋପାଳଙ୍କ ଡ୍ୟୁଟି ପଡିଥିଲା। ବୋଧହୁଏ କ୍ଲୋଜ ରେଞ୍ଜରେ ଗୁଳି କରିବାକୁ ଗୋପାଳ ସୁଯୋଗ ପାଇନଥିଲେ। ତେଣୁ ସୁଯୋଗ ଅପେକ୍ଷାରେ ଥିଲେ। ସେହିପରି ବ୍ରଜରାଜନଗରରେ ନିକଟରେ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା। କିନ୍ତୁ ଗୋପାଳ ଦାସଙ୍କର ଡ୍ୟୁଟି ଅନ୍ୟତ୍ର ପଡିଥିଲା। ତେଣୁ ଗୋପଳ ବୋଧେ ନିଜ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି