Masthead

ବୈଠକ ଛାଡ଼ି ଚାଲିଗଲେ ନରସିଂହ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ଜିଲ୍ଲା ପରିଷଦ ବୈଠକ ଅଧାରୁ ଉଠି ପଳାଇଲେ ନରସିଂହ ମିଶ୍ର । ଜିଲ୍ଲାରେ ଘୋର ପାନୀୟ ଜଳ ସଂକଟ ନେଇ ଉଦବେଗ ପ୍ରକାଶ କରି ବୈଠକ ଅଧାରୁ ବୟକଟ୍ କରିଥିଲେ ବଲାଙ୍ଗୀର ବିଧାୟକ । ସୂଚନା ଅନୁସାରେ, ଶୁକ୍ରବାର ବଲାଙ୍ଗୀର ଏସଆଇଏଚଏମରେ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକରେ ୨୪ ଗୋଟି ମୁଖ୍ୟ ବିଷୟ ଉପରେ ଆଲୋଚନା ଓ ସମୀକ୍ଷା ହେବାର ଥିଲା । କିନ୍ତୁ ସେଥି ମଧ୍ୟରୁ ମୁଖ୍ୟ ଆଲୋଚନାର ବିଷୟ ଥିଲା ଜିଲ୍ଲାର ଗ୍ରାମାଞ୍ଚଳରେ ଘୋର ପାନୀୟ ଜଳ ସଙ୍କଟ । ହେଲେ ଏହା ଉପରେ ବୈଠକରେ ଆଲୋଚନା କରାନଯାଇ ଜିଲ୍ଲା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ଦେଇଥିବା ମେଗା ପିଇବା ପାଣି ପ୍ରକଳ୍ପ ପାଇଁ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା । ତେବେ ଏନେଇ ବିନା ଆଲୋଚନା ଓ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନନେଇ ଧନ୍ୟବାଦ ଦେବାକୁ ବିରୋଧ କରିଥିଲେ ବିଧାୟକ ନରସିଂହ ମିଶ୍ର । ଏବଂ ଜିଲ୍ଲାରେ ଉତ୍କଟ ଜଳ ସମସ୍ୟା ନେଇ ଦଳମତ ନିର୍ବିଶେଷରେ ସମସ୍ତେ ଅସନ୍ତୋଷ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦିଆଯାଉ ବୋଲି କହିଥିଲେ ନରସିଂହ । ଏବଂ ଧୈର୍ଯ୍ୟହରା ହୋଇ ବୈଠକ ଅଧାରୁ ଉଠି ଚାଲି ଆସିଥିବା କହିଛନ୍ତି ବିଧାୟକ ନରସିଂହ ମିଶ୍ର ।
ସେପଟେ ବିଧାୟକ ବୈଠକରୁ ଉଠି ଚାଲିଯିବା ଘଟଣାକୁ ଅତି ହାଲକା ଭାବେ ନେଇଛନ୍ତି ଜିଲ୍ଳା ପରିଷଦ ଅଧ୍ୟକ୍ଷା ଓ ଜିଲ୍ଲାପାଳ । ତେବେ ବୈଠକରେ ପାଣି ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବା କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ । କିନ୍ତୁ ବୈଠକ ସଫଳ ହୋଇଥିବା କହିଥିବା ବେଳେ ବିଧାୟକ ନରସିଂହ ମିଶ୍ର ଅଧିକ ସମୟ ବସି ପାରିନଥିବାରୁ ଚାଲି ଯାଇଥିବା ସେ କହିଛନ୍ତି । ସେପଟେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାର ସବୁ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି । ବାକି ଯାହା ବି ସମସ୍ୟା ରହିଛି, ସେନେଇ ତ୍ୱରିତ ପଦକ୍ଷେପ ନିଆଯିବାକୁ କହିଛନ୍ତି ଜିଲ୍ଲାପାଳ। ତେବେ ବିଧାୟକ ନରସିଂହ ମିଶ୍ର ବୈଠକରୁ ଉଠିଯିବା ଘଟଣାକୁ ସେ ହାଲୁକା ଭାବରେ ନେଇଛନ୍ତି । ତାଙ୍କର ଅନ୍ୟ କାମ ପାଇଁ ସେ ବୈଠକ ଛାଡି ଚାଲି ଯାଇଥିବା କହିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା।
ବୈଠକରେ ଜିଲ୍ଲାର ସମସ୍ତ ୩୪ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି, ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ପ୍ରତିନିଧି ଓ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କ ପ୍ରତିନିଧି ଉପସ୍ଥିତ ଥିଲେ । ଏଥିସହ ଜିଲ୍ଲାର ସବୁ ବିଭାଗର ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ। କିନ୍ତୁ ପାଣି ସମସ୍ୟା ନେଇ ଆଲୋଚନା ବେଳେ ଉଦବେଗ ପ୍ରକାଶ କରି ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ ନରସିଂହ ମିଶ୍ର ଓ ତେବେ ପାନୀୟ ଜଳ ନା ଅନ୍ୟ କିଛି ଗୁଢ଼ ରହସ୍ୟ ଯୋଗୁ ବିଧାୟକ ବୈଠକ ବର୍ଜନ କଲେ ସେନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ