Masthead

କୋର୍ଟରେ ହାଜର ହେବା ପରେ ଜେଲ ଗଲା ଗୋପାଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋର୍ଟରେ ହାଜର ହେବା ପରେ ଜେଲ ଗଲା ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର କରାଇଛନ୍ତି କ୍ରାଇମବ୍ରାଞ୍ଚ । କଡାସୁରକ୍ଷା ବଳୟ ଭିତରେ ଗୁଜରାଟରୁ ଆସିବାପରେ ଗୋପାଳଙ୍କୁ ହାଜର କରାଯାଇଥିଲା । ଏହା ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଆଜି ତୃତୀୟ ପାର୍ୟ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା । ସେପଟେ, ଅଭିଯୁକ୍ତ ଗୋପାଳ ବାବଦରେ କ୍ରାଇମବ୍ରାଞ୍ଚ ଦିନକୁ ଦିନ ନୂଆ ନୂଆ ତଥ୍ୟର ସାମ୍ନା କରୁଛି । ଗୋପାଳ ସାର୍ପ ସୁଟର ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ପୂର୍ବରୁ ପୁଲିସ ବିଭାଗରେ ଅନୁଷ୍ଟିତ ହୋଇଥିବା ବନ୍ଧୁକ ଚାଳନାରେ ସେ ଉତ୍ତମ ପ୍ରଦର୍ଶନ କରିଥିଲେ । ଗତବର୍ଷ ଡିସେମ୍ବର ମାସରେ ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଏ ନେଇ ପୁରସ୍କୃତ ମଧ୍ୟ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏସବୁ ଜାଣିବା ପରେ ଜିଲ୍ଲା ପୋଲିସକୁ ଏସବୁ ରେକର୍ଡ଼ ପ୍ରଦାନ କରିବାକୁ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ