Masthead

ଭୁଶୁଡ଼ିଲା ପାକିସ୍ତାନ ଅର୍ଥନୀତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସଙ୍କଟରେ ପାକିସ୍ତାନ, ଭୁଶୁଡ଼ିଲା ପାକିସ୍ତାନର ଅର୍ଥନୀତି । ପାକିସ୍ତାନୀ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୨୭୫ ସ୍ତରକୁ ଖସିଯାଇଛି। ମୁଦ୍ରାସ୍ଫୀତି ୨୭ ପ୍ରତିଶତ ଭଳି ଉଚ୍ଚସ୍ତରରେ ପହଞ୍ଚିଛି। ଏଥିସହିତ ନିକଟରେ ଦେଶରେ ଏବେ ମାତ୍ର ୩ ବିଲିଅନ ଡଲାରର ବିଦେଶୀ ମୁଦ୍ରା ଗଚ୍ଛିତ ରହିଛି, ଯାହାକି କେବଳ ୩ ସପ୍ତାହର ଆମଦାନିର ବିଲ୍ ଭରଣା କରିପାରିବ। ଏଭଳି ସ୍ଥିତିରେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ଠାରୁ ପାଣ୍ଠି ଆଣିବା ଲାଗି ଯେଉଁ ଉଦ୍ୟମ ଚଳାଇଛି ତାହା ଆଜିସୁଦ୍ଧା ସାକାର ହୋଇପାରିନାହିଁ। ଅର୍ଥ ଦେବାଲାଗି ଆଇଏମ୍‌ଏଫ୍‌ କଠୋର ସର୍ତ୍ତ ଲଗାଉଛି। ଆଇଏମ୍‌ଏଫ୍‌ର ପ୍ରତିନିଧି ମଣ୍ଡଳୀ ନିକଟରେ ଇସଲାମାବାଦ ଆସି ୧୦ ଦିନ ଧରି ସରକାରଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନାହିଁ। ଏଭଳି ସ୍ଥିତିରେ ସୋମବାରଠାରୁ ଦୁଇ ପକ୍ଷ ମଧ୍ୟରେ ଭର୍ଚୁଆଲ ଆଲୋଚନା ହେବ।

୨୦୧୯ ମସିହାରେ ୬.୫ ବିଲିଅନ ଡଲାରର ପ୍ୟାକେଜ ଆଣିବା ଲାଗି ପାକିସ୍ତାନ ଏକ ରାଜିନାମା ଆଇଏମଏଫ ସହିତ କରିଥିଲା। ଏଥିରୁ ଅତିକମ୍‌ରେ ୧.୧ ବିଲିଅନ ଡଲାର ପାଣ୍ଠି ପ୍ରଥମ ପର୍ୟ୍ୟାୟରେ ଆଣିବା ଲାଗି ପାକିସ୍ତାନ ଉଦ୍ୟମ ଚଳାଇଛି। ପାକିସ୍ତାନ ଅର୍ଥମନ୍ତ୍ରୀ ଇସାକ ଦର୍‌ କହିଛନ୍ତି, ପାଣ୍ଠି ଦେବାପାଇଁ ଆଇଏମ୍‌ଏଫ୍‌ ଯେଉଁସବୁ ସର୍ତ୍ତ ରଖିଛି ତାହାକୁ ପାଳନ କରିବା ଲାଗି ଇସଲାମାବାଦ ରାଜି ହୋଇଛି। ଗତ ଡିସେମ୍ବରରୁ ପାଣ୍ଠି ମିଳିବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହା ମିଳିନାହିଁ। ଅନ୍ୟପକ୍ଷରେ ଆଇଏମ୍‌ଏଫ୍‌ ମିସନ ମୁଖ୍ୟ ନାଥନ ପୋର୍ଟର କହିଛନ୍ତି, ଆଲୋଚନାରେ ଯଥେଷ୍ଟ ଅଗ୍ରଗତି ଘଟିଛି। ପାକିସ୍ତାନ ଅର୍ଥନୀତିର ଆକାର ପ୍ରାୟ ୩୫୦ ବିଲିଅନ ଡଲାର। ଗତବର୍ଷ ଦେଶରେ ଭୟଙ୍କର ବନ୍ୟା କାରଣରୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ