ଏରୋ ଇଣ୍ଡିଆ ଶୋ-୨୦୨୩ର ଉଦଘାଟନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତୀୟ ବାୟୁ ସେନା ଦେଖାଉଛି ସାହସ, ଶୌର୍ୟ୍ୟ ଓ ପରାକ୍ରମ। ସାରା ବିଶ୍ୱ ଦେଖୁଛି ଭାରତର ଆତ୍ମନିର୍ଭର ଏୟାର ପାୱାର। ଆଜି ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ଶୋ-୨୦୨୩। ବାୟୁସେନାର ଏହି ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି । ଏହା ଫେବୃଆରୀ ୧୭ ତାରିଖ ଯାଏ ଚାଲିବ। ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ହେବାକୁ ଥିବା ଏହି ଏୟାର ସୋକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦେଶବିଦେଶର ଏରୋ ସ୍ପେସ ନିବେଶକ ଏହି ଶୋ’ରେ ଭାଗନେଉଛନ୍ତି ।

ଚଳିତ ବର୍ଷ ୭୩୭ ପ୍ରଦର୍ଶନକାରୀ ଭାଗ ନେଉଛନ୍ତି । ସେଥିରୁ ୬୪୩ ଭାରତର ଏବଂ ଅନ୍ୟ ୩୦ ଦେଶର ୯୪ ପ୍ରଦର୍ଶନକାରୀ ଅଛନ୍ତି। ଏହି ଏୟାର ଶୋରେ, ହାଲର ୧୫ଟି ହେଲିକପ୍ଟର ଭାଗ ନେଉଛନ୍ତି । ଏହାସହ ଅତ୍ୟାଧୁନିକ ସୁପରସୋନିକ ଟ୍ରେନରର ମଡେଲ ପ୍ରଦର୍ଶିତ କରିବ ହାଲ । ଭାରତୀୟ ବାୟୁସେନା ଡ୍ରୋନ ଓ ଛୋଟ କମ୍ୟୁନିକେସନ ସାଟେଲାଇଟ ପ୍ରଦର୍ଶିତ କରିବା କାର୍ୟ୍ୟକ୍ରମ ରହିଛି। ଇଲେକ୍ଟ୍ରୋନିକ ୱାରଫେୟାର ବ୍ୟବସ୍ଥା ଓ ସୁପରସୋନିକ ଓ ଲଙ୍ଗରେଞ୍ଜ୍‌ ରକେଟ୍‌ ପ୍ରଦର୍ଶିତ ହେବ। ଏୟାର ଶୋ ଆରମ୍ଭ ପୂର୍ବରୁ ବିଭିନ୍ନ ବିମାନ ଓ ହେଲିକପ୍ଟର ରିହର୍ସଲ କରିଛନ୍ତି। ଚଳିତ ବର୍ଷ ଏୟାର ଶୋର ଏହା ହେଉଛି ୧୪ ତମ ସଂସ୍କରଣ। ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ଜାନୁୟାରୀ ୩୦ରୁ ଫେବୃଆରୀ ୨୦ ପର୍ୟ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!