Before Header

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

0 106

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ):ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଖୋର୍ଦ୍ଧା ଜିଲ୍ଲା ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ମୋଟୁରୁ କଟକ ଫୁଲନଖରା ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଚଢାଉ କରିଥିଲା ଭିଜିଲାନ୍ସ ଟିମ ।

୨ଲକ୍ଷ ୮୦ହଜାର ଟଙ୍କା, ଗାଡ଼ି ଏବଂ ଏକ ଲାପଟପ ସମେତ ଅନେକ ଫିକ୍ସ ଡିପୋଜିଟ କାଗଜପତ୍ର ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଏହା ସହିତ ଫୁଲନଖରା ପୈତୃକ ବାସଭବନ, ମୋଟୁ ସ୍ଥିତ ସରକାରୀ ବାସଭବନ ଏବଂ କଟକ ଶଗଡ଼ିଆ ସ୍ଥିତ ଶଶୂର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରଖିଥିବା ଭିଜିଲାନ୍ସ ବିଭାଗର ଆଡିସନାଲ ଏସ୍.ପି ଅକ୍ଷୟ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.