ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଏସଏସସି ପ୍ରଶ୍ନପତ୍ର ସ୍କାମ ନେଇ ବିଜେପି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା । କହିଛନ୍ତି ସରକାରୀ ନିଯୁକ୍ତିରେ ୧୦ ଲକ୍ଷରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ କାରବାର ହେଉଛି । ଖୋଲାଖୋଲି ଭାବେ ଟଙ୍କା ନେଇ ଚାକିରି ଦିଆଯାଉଛି । ୨୩ ବର୍ଷର ବିଜେଡି ସରକାର ଦୁର୍ନୀତି ଗ୍ରସ୍ତ ।
ପିଲାଙ୍କ ସ୍ୱପ୍ନ ଧୂଳିସାତ କରିଛନ୍ତି ରାଜ୍ୟ ସରକାର । କୋଟି କୋଟି ଟଙ୍କା ଲାଞ୍ଚ ନେଇ ଚାକିରି ଦେଉଛନ୍ତି ସରକାର । ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବା ବିଜେପି। ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଦଳ ଦେଇଛି ଚେତାବନୀ ।