ମୁମ୍ବାଇ ନିର୍ଭୟା ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମୁମ୍ବାଇରେ ନିର୍ଭୟା ଘଟଣାର ପୁନରାବୃତ୍ତି । ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ । ଦୁଷ୍କର୍ମର ଶୀକାର ହୋଇଥିଲେ ସାକି ନାକା । ସିସିଟିଭିରେ କଏଦ ହୋଇଥିଲା ପୂରା ଘଟଣା । ଭେଣ୍ଟିଲେଟରେ ଚାଲିଥିଲା ପୀଡ଼ିତାଙ୍କ ଚିକିତ୍ସିତ । ଅଭିଯୁକ୍ତ ମୋହନ ଚୌହ୍ୱାନ ଗିରଫ ହୋଇଛି । ଆଇପିସି ଧାରା ୩୭୬ରେ ମାମଲା ରୁଜୁ ହୋଇଥିଲା । ସାରା ଦେଶର ଦିଲ୍ଲୀର ନିର୍ଭୟା କାଣ୍ଡ ଭୁଲିନଥିବା ବେଳେ ମୁମ୍ବାଇ ସାମ୍ନାକୁ ଆସିଛି ଆଉ ଗୋଟେ ଘଟଣା ।

କିଏ ଏହାକୁ ନିର୍ଭୟା କାଣ୍ଡର ପୁନରାବୃତ୍ତି କହୁଥିବା ବେଳେ ଆଉ କିଏ ଏହାକୁ ତା’ଠାରୁ ଭୟଙ୍କର ବୋଲି ବଖାଣିଛନ୍ତି । ଏପରିକି ଅଭିଯୁକ୍ତ ନୃଶଂସତାର ସମସ୍ତ ସୀମା ପାର କରିଯାଇଛନ୍ତି । ମହିଳାଙ୍କ ଗୁପ୍ତାଙ୍ଗରେ ରଡ ପୁରାଇ ଦେଇଥିବା ବେଳେ ଗୁରୁତର ମହିଳା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ମାମଲାରେ ଅନେକ ଲୋକଙ୍କ ସମ୍ପୃକ୍ତି ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଗିରଫ ଅଭିଯୁକ୍ତକୁ ପଚରା ଉଚରା ଜାରି ରହିଛି।

ଏହି ଘଟଣା ଗୁରୁବାର ବିଳମ୍ବିତ ରାତ୍ରିରେ ସାକିନାକା ଖୈରାନୀ ରୋଡରେ ହୋଇଥିବା କୁହାଯାଉଛି। ରାତି ପ୍ରାୟ ୩ଟା ୩୦ ମିନିଟ୍‌ରେ ପୋଲିସକୁ ଘଟଣା ନେଇ ସୂଚନା ମିଳିଥିଲା। ସାକିନାକା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ରକ୍ତରେ ଜୁଡୁବୁଡୁ ବୋହୋସ ମହିଳାଙ୍କୁ ଉଦ୍ଧାର କରି ରାଜାବାଡୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’