Masthead

ବଞ୍ଚିଛନ୍ତି ସୋସିଆଲ ମିଡ଼ିଆରେ ମାରିଦେଲେ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଓଲିଉଡ ହାସ୍ୟ ଅଭିନେତା ଗୁଡ୍ଡୁଙ୍କୁ ନେଇ ସୋସିଆଲ ମିଡିଆରେ ଗୁଜବ । ଶୁକ୍ରବାର ଓଲିଉଡ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସମସ୍ତଙ୍କ ପ୍ରିୟ ଅଭିନେତା ଗୁଡ୍ଡୁଙ୍କ ମୃତ୍ୟୁ ଖବର ନିଆଁ ଭଳି ବ୍ୟାପି ଯାଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଖବରରେ ତାଙ୍କର ଏକ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ରହିଥିଲା । ତେବେ ଏଭଳି ଖବରରୁ ସହଜରେ ବିଶ୍ବାସ ନ କରି, ଏ ଖବର ପଛର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲା “ବଡ଼ ଖବର” । ଆମ ପ୍ରତିନିଧି ଗୁଡ୍ଡୁଙ୍କ ସହ କଥା ହେବା ପରେ ଜଣା ପଡ଼ିଥିଲା ଏହି ଖବର ସମ୍ପୁର୍ଣ୍ଣ ଭାବେ ମିଥ୍ୟା ।

ଗୁଡ୍ଡୁଙ୍କର କୌଣସି ଦୁର୍ଘଟଣା ହୋଇନାହିଁ । ଏମିତି କି ମିଥ୍ୟା ଖବର ପ୍ରସାରଣକାରୀଙ୍କ ଉପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବଡ଼ ଖବରକୁ କହିଛନ୍ତି ଅଭିନେତା ଗୁଡ୍ଡୁ । ସେ ଆଜି କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି । ତେବେ ଗୁଡ୍ଡୁ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି, ଏପରି ଖବରରୁ ବିଶ୍ବାସ ନ କରିବାକୁ ନିବେଦନ କରିଛନ୍ତି ହାସ୍ୟଅଭିନେତା । ମତେ ଏମିତି ଭଲପାଇବା ଦେଇଥିବାରୁ ଦର୍ଶକଙ୍କ ଆଗରେ ମୁଁ ଋଣି ବୋଲି କହିଛନ୍ତି ଅଭିନେତା ଗୁଡ୍ଡୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ