Masthead

ଓଡ଼ିଶାରେ ‘ଗୁଲାବ’ ର ପ୍ରଭାବ ପଡିନି: ଏସଆରସି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):   ବାତ୍ୟା ‘ଗୁଲାବ’ ପ୍ରଭାବରେ ରାଜ୍ୟରେ ସେଭଳି କିଛି କ୍ଷତି ହୋଇନାହିଁ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । କମିଶନରଙ୍କ କହିବା ଆନୁଯାୟୀ ବାତ୍ୟା ଗୁଲାବ ଆଉ କିଛି ସମୟ ପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । କିଛି ସମୟ ପରେ ଏହାର ପ୍ରଭାବ ଓଡ଼ିଶା ଉପରେ କମିଯିବ । ତେବେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମାଲକାନଗିରିରେ କେନ୍ଦ୍ରିଭୂତ ହେବ । ବାତ୍ୟା ଗୁଲାବର ପ୍ରଭାବରେ କେଉଁଠି ଅଧିକ ପବନ ହେବା ନେଇ ସୂଚନା ନାହିଁ । ତେବେ ଏସଅରସିଙ୍କ ମତରେ, ବାତ୍ୟା ପ୍ରଭାବରେ କନ୍ଧମାଳ, ଗଜପତି ,ରୟଗଡା ଓ କୋରାପୁଟ ଜିଲ୍ଲାରେ ଅଧିକରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । କିନ୍ତୁ ଏହି ସବୁ ଜିଲ୍ଲାରେ କମ ବର୍ଷା ହେବା ସହ ଅଳ୍ପ ପବନ ହୋଇଛି ।

ସେ ଆହୁରି କହିଛନ୍ତି ଯେ, ବର୍ଷା ପବନ ଯୋଗୁ ସେଭଳି କିଛି କ୍ଷୟକ୍ଷତିର ମଧ୍ୟ ସୂଚନା ନାହିଁ । ମାଲକାନଗିରି ଜିଲ୍ଲାରେ କିଛି ସ୍ଥାନରେ ରାସ୍ତା ଉପରେ ଗଛ ଉପୁଡି ପଡିଥିଲା । ତେବେ ପରେ ଗଛ କଟାଯାଇ ସଫା କରାଯାଇଛି । ବିଜୟନଗରମରୁ କୋରାପୁଟ ରାସ୍ତାରେ ସୁଙ୍କି ଘାଟିରେ ଭୂସ୍ଖଳନ ହେବା ନେଇ ସୂଚନା ମିଳିଛି । ଫଳରେ ରାସ୍ତା ବନ୍ଦ ହୋଇଯାଇଛି । ଏସଆରସିଙ୍କ କହିବା ଅନୁଯାଇ, ଗୁଲାବର ପ୍ରଭାବରେ କିଛି ଅଘଟଣ ଘଟିନାହିଁ । ବଡ଼ ସମସ୍ୟା ମଧ୍ୟ ହୋଇନାହିଁ । ବାତ୍ୟା ପୂର୍ବରୁ ୪୬ ହଜାର ୭୫ ଜଣ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ପ୍ରଭାବରେ ଯଦି କିଛି କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ୫ ଦିନ ମଧ୍ୟରେ ଦେବାକୁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ଏସଆରସି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ