Masthead

ବନ୍ଧୁକ ସହ ୬ ଶିକାରୀ ଗିରଫ

ନୀଳଗିରି (ବଡ଼ ଖବର ବ୍ୟୁରୋ): ନୀଳଗିରି ଥାନା ଅଞ୍ଚଳରେ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି । ପୁଲିସ ଓ ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଜଣେ ବନ୍ଧୁକ କାରିଗରକୁ ଗିରଫ କରାଯାଇଛି । ନୀଳଗିରି ଥାନା ଅଧୀନ ମଲ୍ଲୀବଣିଆ ଗାଁର ଜଗବନ୍ଧୁ ସିଂ ନାମକ ଜଣେ କାରିଗର ଦୀର୍ଘ ବର୍ଷ ହେବ ଦେଶୀ ବନ୍ଧୁକ ତିଆରି କରି ବିକ୍ରି କରୁଥିଲେ।

ଆଜି ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, କୁଲଡିହା ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁ, ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ପ୍ରମୁଖ ସଦଳବଳେ ଚଢ଼ାଉ କରି ୪ଟି ଦେଶୀ ବନ୍ଧୁକ, ଲୁହା ବ୍ୟାରେଲ, ୨ଟି ପିସ୍ତଲ, ଡ୍ରିଲ ମେସିନ ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛନ୍ତି । ଏନେଇ ନୀଳଗିରି ଥାନାରେ ଆର୍ମ୍ସ ଆକ୍ଟ ଅନୁସାରେ ଅସ୍ତ୍ରଶସ୍ତ୍ର ଅଧିନିୟମରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇ ଏ ସମ୍ପର୍କରେ ନୀଳଗିରି ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ