Masthead

ଗାଜାରେ ବୋମା ବର୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବେଳକୁ ବେଳ ରକ୍ତମୁଖା ସାଜୁଛି ଇସ୍ରାଏଲ । ଗାଜାରେ ଜୋରଦାର ଅପରେସନ । ଦିନକୁ ଦିନ ଗାଜାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ହମାସକୁ ନିପାତ କରିବା ପାଇଁ ଇସ୍ରାଏଲ ଜିଦ୍ ଧରିଛି । ଏହାରି ଭିତରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା । ଉତରରୁ ଦକ୍ଷିଣ ଗାଜାକୁ ଧାଡି କରି କିଛି ଆମ୍ବୁଲାନ୍ସ ଯାଉଥିବାବେଳେ ଆକାଶମାର୍ଗରୁ ବୋମା ବର୍ଷା ହୋଇଛି । ଏଥିରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି ।

ଶୁକ୍ରବାର ରାତିରେ ଅଲ ଶିଫା ଡାକ୍ତରଖାନା ବାହାରେ ବି ଆକ୍ରମଣ ହୋଇଛି । କେବଳ ସେତିକି ନୁହେଁ ଗୁରୁବାର ଜବାଲିଆ ଶରଣାର୍ଥୀ କ୍ୟାମ୍ପ ଉପରେ ପୁଣିଥରେ ଆକ୍ରମଣ କରିଛି ନେତାନ୍ୟାହୁଙ୍କ ବାହିନୀ । ବାରମ୍ବାର ଶରଣାର୍ଥୀ ଶିବିର ଉପରେ ଆକ୍ରମଣକୁ ଜାତିସଂଘ ସମେତ ବିଭିନ୍ନ ଦେଶ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଅକ୍ଟୋବର ୩୧ ଜବାଲିଆ ଶରଣାର୍ଥୀ ଶିବିର ଉପରେ ୯୦୭ କିଲୋର ବମ୍ ପକାଇଥିଲା ଇସ୍ରାଏଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ