Masthead

ଏଥର ଝାମୁ ଯାତ୍ରାକୁ ନା

କାକଟପୁର (ବଡ଼ ଖବର ବ୍ୟୁରୋ): କରୋନାର ଦ୍ଵିତୀୟ ଲହର ଯୋଗୁଁ ରାଜ୍ୟର ବିଭିନ୍ନ ଦେବୀପୀଠରେ ଆରମ୍ଭ ହେବାକୁ ଥିବା ଯାତ୍ରା ଉପରେ ସରକାରଙ୍କ ଅଙ୍କୁଶ ଲାଗିଲାଣି। ଚଳିତ ବର୍ଷ ଝାମୁଯାତ୍ରା ପାଇଁ ମା ମଙ୍ଗଳା ପୀଠରେ ଲାଗିଲା କୋଭିଡ କଟକଣା । ଆଜି କାକଟପୁରସ୍ଥିତ ଡାକବଙ୍ଗଳାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଝାମୁଯାତ୍ରା ହେବ କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା । ବୈଠକରେ କାକଟପୁର ଥାନା ଅଧିକାରୀ, କାକଟପୁର ତହସିଲଦାରଙ୍କ ସମେତ ସେବାୟତ ବୃନ୍ଦଙ୍କ ମଧ୍ୟରେ ଏହି ବିଷୟରେ ଆଲୋକପାତ କରାଯାଇଥିଲା ।

କିନ୍ତୁ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ଦର୍ଶନ ବନ୍ଦ କଟକଣାକୁ ନେଇ ମଧ୍ୟ ଶ୍ରଦ୍ଧାଳୁ ମାନଙ୍କ ଆଶା ଆଶାରେ ରହିଯାଇଛି । ଯାହାନେଇ ଭକ୍ତମାନେ ତାଙ୍କ ମନର କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କ ଦଳୀୟ କାର୍ଯ୍ୟକ୍ରମକୁ ଗ୍ରୀନ ସିଗନାଲ ମିଳୁଥିବାବେଳେ ସାଧାରଣ ଭକ୍ତଙ୍କ ଆନୁଷ୍ଠାନିକ କାର୍ଯ୍ୟକୁ ବାରଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଆସନ୍ତା ମଙ୍ଗଳବାରକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ପ୍ରସାଶନର ତତ୍ପରତା ପ୍ରକାଶ ପାଇଛି ।

ଏହି ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତମାନଙ୍କ ସମାଙ୍ଗମ ହୁଏ । ଏହାର କିପରି ମୁକାବିଲା କରିବେ ତାକୁନେଇ କାକଟପୁର ପୋଲିସ ତାର ପ୍ରସ୍ତୁତି ଜାରି ରଖିବା ସହିତ ଆବଶ୍ୟକ ସ୍ଥଳେ ୧୪୪ଧାରା ଲାଗିବ ବୋଲି ସୂଚନା ମିଳିଛି । ତହସିଲଦାରଙ୍କ ସୂଚନା ଅନୁଯାୟୀ କେବଳ ପ୍ରତ୍ୟକ ମଙ୍ଗଳବାର ମା’ଙ୍କ ଦର୍ଶନରେ କଟକଣା ରହିବ ,ବାକି ଦିନରେ ସ୍ଥିତ ସ୍ୱଭାବିକ ରହିବ । ଏଥିସହ ମଙ୍ଗଳବାର ଦିନ କେବଳ ସେବାୟତ ଓ ପଣ୍ତାମାନଙ୍କୁ ନେଇ ମା’ଙ୍କ ନୀତିକାନ୍ତି କରାଯିବା ସହ ସମସ୍ତ କରୋନା ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨