Masthead

ସ୍ୱାଧୀନତା ପାଇଁ ଆମର ଆନ୍ଦୋଳନ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଜାତୀୟ ମାନବ ଅଧିକାର ଆୟୋଗ ର ୨୮ ତମ ଫାଉଣ୍ଡେସନ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ସର୍ବପ୍ରଥମେ ଜାତୀୟ ମାନବ ଅଧିକାର ଆୟୋଗର ୨୮ ତମ ଫାଉଣ୍ଡେସନ ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ସେ କହିଛନ୍ତି ଯେ ସ୍ୱାଧୀନତା ପାଇଁ ଆମର ଆନ୍ଦୋଳନ, ଆମର ଇତିହାସ ଭାରତ ପାଇଁ ମାନବିକ ଅଧିକାର, ମାନବିକ ଅଧିକାରର ମୂଲ୍ୟବୋଧ ପାଇଁ ଏକ ବଡ଼ ଉତ୍ସ। ଶତାବ୍ଦୀ ଧରି ଆମେ ଆମର ଅଧିକାର ପାଇଁ ଲଢିଥିଲୁ। ଏକ ରାଷ୍ଟ୍ର ଭାବରେ, ଏକ ସମାଜ ଭାବରେ, ଅନ୍ୟାୟ ଏବଂ ଅତ୍ୟାଚାରକୁ ପ୍ରତିରୋଧ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଅମିତ ଶାହା ମଧ୍ୟ ଭାଗ ନେଇଥିଲେ। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ ଜାତୀୟ ମାନବ ଅଧିକାର ଆୟୋଗ ୨୮ ବର୍ଷରେ ୨୦ ଲକ୍ଷରୁ ଅଧିକ ମାମଲାର ସମାଧାନ କରିଛନ୍ତି ।

ଯେଉଁମାନେ ଅନ୍ୟାୟ କରିଛନ୍ତି ସେମାନଙ୍କୁ ୨୦୫ କୋଟିରୁ ଅଧିକ କ୍ଷତିପୂରଣ ପ୍ରଦାନ କରିଛନ୍ତି। ଏହା ସହିତ କୁହାଯାଇଛି ଯେ ଗତ ୬ ବର୍ଷ ମଧ୍ୟରେ ପ୍ରାୟ ୬୦ କୋଟି ଗରିବ ଲୋକଙ୍କର ଯତ୍ନ ନିଆଯାଇଛି। ଏଥିସହ ୧୦ କୋଟି ମହିଳାଙ୍କୁ ଶୌଚାଳୟ ଯୋଗାଇ ଦିଆଯାଇଛି। କେବଳ ଏତିକି ନୁହେଁ ଅମିତ ଶାହା କହିଛନ୍ତି ଯେ ପ୍ରାୟ ୪ କୋଟି ଘରକୁ ବିଦ୍ୟୁତ ଯୋଗାଇ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ