Masthead

ବାରଣ୍ଡାରେ ଚାଲିଛି ଶିଶୁଙ୍କ ଭବିଷ୍ୟତ ନିର୍ମାଣ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ଶିଶୁଙ୍କ ଭବିଷ୍ୟତ ନିର୍ମାଣ ଓ ଉନ୍ନତିକରଣ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ସେଥିପାଇଁ ସରକାର ଅନେକ ସୁବିଧାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ବାସ୍ତବରେ ସ୍ଥିତି କିଛି ଅଲଗା । ସ୍ଥାନୀୟ ପ୍ରଶାସନ ଓ ରାଜନୈତିକ ବ୍ୟକ୍ତିଙ୍କ ଆନ୍ତରିକତାର ଅଭାବ ସ୍ପଷ୍ଟ ବାରି ହେଇପଡୁଛି।ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳୁଛି କରଞ୍ଜିଆ ଉପଖଣ୍ଡ ଠାକୁରମୁଣ୍ଡା ବ୍ଲକ ଭାଲିଆଡାଳ ଗ୍ରାମ ପଞ୍ଚାୟତ କରଞ୍ଜଗାଡା ଗ୍ରାମରେ। ଏହି ଅଙ୍ଗନୱାଡିଟି ୨୦୧୦ ମସିହାରେ ସ୍ଥାପିତ ହୋଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ପାଠପଢିବାକୁ ଘରଟିଏ ତିଆରି ହୋଇପାରିନାହିଁ।

ଅଙ୍ଗନୱାଡି କର୍ମୀ ଏବଂ ସହାୟିକା ଗ୍ରାମରେ ଏକ ବାରଣ୍ଡାରେ ପିଲାମାନଙ୍କୁ ଡାକି ପାଠ ପଢାଉଛନ୍ତି। ଯେଉଁଦିନ ଝଡ଼ ବର୍ଷା ହୁଏ ସେଦିନ ପାଠ ପଢ଼ା ଠପ୍ । ଏହି ଅଙ୍ଗନୱାଡିଟି ୬୪ଟି ପରିବାରକୁ ନେଇ କାର୍ଯ୍ୟ କରୁଥିବା ବେଳେ ଏଠାରେ ୫୭ ଜଣ ଶିଶୁଙ୍କ ଭାଗ୍ୟ ନିର୍ମାଣ ଏବେ ସନ୍ଦେହ ଘେରରେ । କରଞ୍ଜଗାଡା ଏବଂ ଚନ୍ଦନ ଝରଣ ଗାଁ କୁ ନେଇ ଏହି ଅଙ୍ଗନୱାଡି ଟି ଗଠିତ।ଠାକୁରମୁଣ୍ଡା ବ୍ଲକରେ ୧୬ ଗୋଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇନାଥିବା ବେଳେ ତିନୋଟି ସେଣ୍ଟରରେ ଅଙ୍ଗନୱାଡି କର୍ମୀ ନାହାନ୍ତି। ସରକାର ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଘରଗୁଡିକୁ ଶିଘ୍ର ନିର୍ମାଣ କରିବାକୁ ସାଧାରଣରେ ଦାବୀ ହେଉଛି। ଅଙ୍ଗନବାଡ଼ି ଘର ନିର୍ମାଣ ଓ କର୍ମୀ ନିଯୁକ୍ତି ହେଲେ ଅଞ୍ଚଳର ଭବିଷ୍ୟତ ମାନେ ଭଲରେ ପାଠ ପଢି ଯୋଗ୍ୟ ଓ ଦକ୍ଷ ହେଇପରାନ୍ତେ। ସବୁଠାରୁ ଦୁଃଖର ବିଷୟ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଧାୟକ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ନିଜେ ଶିଶୁ ଓ ମହିଳା ବିକାଶ କଲ୍ୟାଣ ମନ୍ତ୍ରୀ ଥାଉ ଥାଉ ଏ ଅବସ୍ଥା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି