Masthead

୪ଘଣ୍ଟା ପର୍ଯ୍ୟନ୍ତ ଘରେ ବନ୍ଦ ରହିଲେ ହରିୟାଣା ମୁଖ୍ୟମନ୍ତ୍ରୀ

ହରିୟାଣା (ବଡ଼ ଖବର ବ୍ୟୁରୋ):ହରିୟାଣାର ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ମହେନ୍ଦ୍ରଗଡରେ ଜନ ସଂବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାରି ମଧ୍ୟରେ ଏକ ଗାଁକୁ ଉପତହସିଲର ମାନ୍ୟତା ଦେବା ପରେ ଅନ୍ୟ ଗ୍ରମର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ୪ଘଣ୍ଟା ପର୍ଯ୍ୟନ୍ତ ଏକ ଘରେ ବନ୍ଦକରି ରଖାଯାଇଥିଲା । ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ରାତ୍ରି ବିଶ୍ରାମରେ ଥିବା ଘର ସମ୍ମୁଖରେ ନାରାବାଜି କରିଥିଲେ । ନାରାବାଜି କରୁଥିବା ଲୋକଙ୍କୁ ପୋଲିସ ଅନେକ ବୁଝାଇବା ପରେ ମଧ୍ୟ ସେମାନେ ବୁଝିନଥିଲେ । ଏହାରି ମଧ୍ୟରେ ଅଟେଲିର ବିଧାୟକ ସିତାରାମ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ । କିନ୍ତୁ ଗ୍ରାମବାସୀ ବିଧାୟକଙ୍କ ବିରୁଧରେ ମଧ୍ୟ ନାରାବାଜି ଆରମ୍ଭ କରିଦେଲେ । ପୂର୍ବ ଶିକ୍ଷାମନ୍ତ୍ରୀ ରାମବିଲାସ ଶର୍ମା ମଧ୍ୟ ଆସି ଗ୍ରାମବାସୀଙ୍କୁ ବୁଝାଇଥିଲେ । ଗ୍ରାମବାସୀ ତାଙ୍କ ବିରୁଧରେ ମଧ୍ୟ ନାରାବାଜି କରିଥିଲେ । ସ୍ଥିତି ରାତିରୁ ସକାଳ ପର୍ଯ୍ୟନ୍ତ ଏହିଭଳି ରହିଥାଏ । ଗ୍ରାମବାସୀଙ୍କୁ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଘଉଡାଇ ଦେଇଥିଲେ ।

ସ୍ଥାନର ସ୍ଥିତିକୁ ଦେଖି ସିଆଇଡି ବିଭାଗର ଡିଜିପିଙ୍କ ସମେତ ଅନ୍ୟ ଅଧିକାରୀ ମଧ୍ୟ ସେଠାରେ ପହଞ୍ଚିବାରେ ଲାଗିଲେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ କୌଣଷି ଅଭାବ ନହେଉ ତେଣୁ ଅତିରିକ୍ତ ପୋଲିସ ବଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସ୍ଥିତି ଖରାପ ହେଉଥିବା ଦେଖି ମୁଖ୍ୟମନ୍ତ୍ରୀ ଗ୍ରାମର କିଛି ଲୋକଙ୍କୁ କଥାହେବା ପଇଁ ଭିତରକୁ ଡାକିଥିଲେ । ଲମ୍ବା ସମୟର ଆଲୋଚନା ପରେ ଶେଷରେ ମୁଖ୍ୟମନ୍ତ୍ରୀ ଅଶ୍ୱସନା ଦେଇଥିଲେ କି ତାଙ୍କୁ ସ୍ଥିତି ସମ୍ବନ୍ଧରେ ଜଣାନଥିଲା । ସେ ନିଜ ଘୋଷଣାରେ ପରିବର୍ତନ କରି କହିଛନ୍ତି ଅଟେଲି ମଣ୍ଡି ବିଧାନସଭାର ହେବ ସେତେବେଳେ ଏହାର ସର୍ଭେ କରି ଉଚିତ ସ୍ଥାନକୁ ଉପତହସିଲ ବନାଯିବ । ଏହା ପରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପରବର୍ତୀ କାର୍ଯର୍୍ୟକ୍ରମ ସ୍ଥଳକୁ ଯିବାକୁ ହେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍