Masthead

ନିଜ ନେତାଙ୍କୁ କହିଥିଲେ ଏବେ ବିରୋଧୀଙ୍କୁ କହୁଛନ୍ତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜନବିରୋଧୀ ଶବ୍ଦକୁ ନେଇ ଏବେ ରାଜ୍ୟ ରାଜନୀତି ଚର୍ଚ୍ଚାରେ । ପ୍ରଥମେ ନିଜ ଦଳର ବିଧାୟକଙ୍କୁ ଜନବିରୋଧୀ କହି ବାହାରର ବାଟ ଦେଖାଇଥିଲେ ନବୀନ । ଏବେ ବିରୋଧୀଙ୍କ ପାଇଁ ଏଭଳି ଶବ୍ଦର ବ୍ୟବହାର କରୁଛନ୍ତି ମୁଖ୍ୟମନ୍ତ୍ରୀ । ତାହା ବି ଥରେ ନୁହେଁ ଦୁଇ ଦୁଇ ଥର । ପୁଣି ଗୃହ ଭିତରେ । ଆଉ ନବୀନଙ୍କ ଆକ୍ଷେପରେ ଚିହିଁକି ଉଠିଛନ୍ତି ବିରୋଧୀ । ସୋମବାର ନବୀନ କହିଥିଲେ, ଯିଏ ବିକାଶକୁ ବିରୋଧ କରୁଛନ୍ତି ସେମାନେ ଜନବିରୋଧୀ ।

ଗୁରୁବାର କହିଲେ, ଜନବିରୋଧୀ ପୁଣି ଥରେ ଗୃହକୁ ଆସିବାର ସୁଯୋଗ ପାଆନ୍ତି ନାହିଁ । ଆଉ ଏଭଳି ଆକ୍ଷେପ ଯେ ବିରୋଧୀଙ୍କ ଉଦେ୍ଦଶ୍ୟରେ ଥିଲା ତାହା ବୁଝିବାରେ କାହାକୁ ଅସୁବିଧା ହୋଇନି । ସେଥିପାଇଁ ତ ଥଣ୍ଡା ହୋଇଯାଇଥିବା ସୋମବାରର ବିବୃତି ପୁଣି ଗୁରୁବାର ପରେ ତାଜା ହୋଇଛି । ବିରୋଧୀ ନବୀନଙ୍କ ଏଭଳି ଆକ୍ଷେପରେ କରିଛନ୍ତି ପାଲଟା ପ୍ରଶ୍ନ । ଆମ ଜନବିରୋଧୀ ନୁହେଁ ବରଂ ନିଜେ ମୁଖ୍ୟମନ୍ତ୍ରୀ ଜନବିରୋଧୀ ବୋଲି କହିବାକୁ ପଛାଇନାହାନ୍ତି । ସେପଟେ ଏହି ପ୍ରସଙ୍ଗରେ ବି ବିରୋଧୀ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଶାଣିତ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, ଏହା ହେଉଛି ଆଉ ବିଧାନସଭା ପୂରାଇ ଦେବେନି ବୋଲି ପରୋକ୍ଷ ଧମକ । ଯେମିତି ବିଜୟ ମହାପାତ୍ର, ନଳିନୀ ମହାନ୍ତି, ପ୍ରଶାନ୍ତ ନନ୍ଦଙ୍କ ଭଳି ଅନେକଙ୍କ ସହ କରିଛନ୍ତି ବୋଲି କହିଛନ୍ତି ଜୟନାରାୟଣ । ତେବେ ଗୃହକୁ କିଏ ଆସିବ ନାହିଁ ତାହା ଜନତା ବିଚାର କରିବେ ବୋଲି ସେ ଜବାବ ଦେଇଛନ୍ତି । ଜନବିରୋଧୀ ଶବ୍ଦକୁ ନେଇ ମୁହାମୁହିଁ ଶାସକ-ବିରୋଧୀ । ସଚିବଙ୍କ ଗସ୍ତକୁ ନେଇ ବିରୋଧୀଙ୍କ ପ୍ରଶ୍ନ ପରେ ଗୃହର ନେତା ମୁଖ୍ୟମନ୍ତ୍ରୀଙ୍କ ଆକ୍ଷେପ ଏବେ ଚର୍ଚ୍ଚାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା