Masthead

ଫୁଲିଲା ସୁବର୍ଣ୍ଣରେଖା: ବିପଦ ସଙ୍କେତ ଉପରେ ଜଳସ୍ତର

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ଫୁଲିଲା ସୁବର୍ଣ୍ଣରେଖା । ଜଳେଶ୍ୱର ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ଲଘୁଚାପ ବର୍ଷା ଯୋଗୁଁ ବାରମ୍ବାର ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବା ଫଳରେ ଲୋକଙ୍କୁ ବନ୍ୟା ଭୟ । ସୁବର୍ଣ୍ଣରେଖା ନଦୀର ଉପରମୁଣ୍ତରେ ପ୍ରବଳ ବର୍ଷା ହେବା ଯୋଗୁଁ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ଦିନ ୧୧ ବେଳକୁ ୧୦.୫୫ ମିଟରକୁ ଛୁଇଁବ ଜଳ । ବିଶେଷ କରି ଗତକାଲି ଝାଡଖଣ୍ତର ଗାଲୁଡିହି ବ୍ୟାରେଜର ୧୧ଟି ଗେଟ ଖୋଲିଥିବା ପରେ ସୁବର୍ଣ୍ଣରେଖା ନଦୀକୁ ପ୍ରବେଶ କରୁଛି ପାଣି । ଯାହାଫଳରେ ସୁବର୍ଣ୍ଣରେଖା ନଦୀ ଫୁଲିବା ସହ ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଆଜି ସକାଳ ୯ଟା ସୁଦ୍ଧା ୧୦.୩୬ ମିଟର ଉପରେ ପ୍ରବାହିତ ହେଉଛି । ଜଳେଶ୍ୱର, ବାଲିଆପାଳ, ଭୋଗରାଇ ତଳିଆ ଅଂଚଳର କିଛି ଗାଁରେ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି