Masthead

ବ୍ୟାଙ୍କ ଲୁଟିବାକୁ ଯାଇ ଖାଇଲେ ନିସ୍ତୁକ ମାଡ଼

ବାଲିଅନ୍ତା (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ ହୋଇଥିବାବେଳେ ଅଭିଯୁକ୍ତ ଗିରଫ ସହ ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଜବତ ହୋଇଛି । ବାଲିଅନ୍ତା ଥାନା ଅଟଳା ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାରୁ ସନ୍ଧ୍ୟା ୫ଟା ସମୟରେ ଜଣେ ଦୁର୍ବୃତ୍ତ ଡକାୟତି କରିବା ପରେ ଚମ୍ପଟ ମରିବାକୁ ଚେଷ୍ଟା କରିଥିଲା । ପିଅନ ଅଟକାଇବାକୁ ଚେଷ୍ଟା କରିବା ବେଳକୁ ଛୁରା ମାଡ଼ରେ ପିଅନ ଆହାତ ହୋଇଛନ୍ତି ।

ସ୍ଥାନୀୟଲୋକ ଅପରାଧୀକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୋଲିସ ଜିମା ଦେଇଥିଲେ । ଅପରାଧୀ ଜଣକ ବାଲିଅନ୍ତା ଅଂଚଳର ଉମା ଶଙ୍କର ପରିଡ଼ା । ଅପରାଧୀ ନିକଟରୁ ନଗଦ ୮ ଲକ୍ଷ ୬୩ ହଜାର ଟଙ୍କା ଏବଂଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଗୋଟିଏ ବନ୍ଧୁକ ଜବତ ହୋଇଛି । ଡକାୟତିରେ ବ୍ୟବହାର ବାଇକକୁ ପୋଲିସ ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରିରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ