Masthead

ମୁଣ୍ଡ ବିନ୍ଧାଇଲାଣି ଡ୍ରେନେଜ ସମସ୍ୟା, ପୁଣି ବୈଠକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବ୍ୟାପି ଡ୍ରେନ ସମସ୍ୟାର ହେବ ସମାଧାନ । ଏନେଇ ବିଧାନସଭାରେ ବସିଥିଲା ବୈଠକ । ସବୁ କର୍ପୋରେସନର ଅଧିକାରୀ ଉପସ୍ଥିତ ଥିଲେ । କଟକ, ଭୁବନେଶ୍ୱରର ଡ୍ରେନେଜ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଯେଉଁଠି ଅସୁବିଧା ଅଛି, ଆଲୋଚନା ପରିସରକୁ ଅଣାଯାଇଛି। କିପରି ମୁକୁଳା ଡ୍ରେନ କଭର ହେବ, ଡ୍ରେନର ଦୁଇ କଡ଼ରେ ୧୦ ଫୁଟ ଉଚ୍ଚତାର ନେଟ ଲାଗିବ ଏବଂ ଜଳ ନିଷ୍କାସନ କରିବା ଲାଗି ଜବର ଦଖଲ କିଭଳି ଉଚ୍ଛେଦ ହେବ ତାର କ୍ୟାଚମେଣ୍ଟ ଏରିଆ ବଢ଼ାଯିବ, ତା ଉପରେ ଆଲୋଚନା ହୋଇଛି ।

ଆଉ କେତେ ଡ୍ରେନର ଆବଶ୍ୟକତା ଅଛି ତାର ଆକଳନ ଲାଗି କେଉଁ ଏକ୍ସପର୍ଟ ଟିମକୁ ଦାୟିତ୍ୱ ଦିଆଯିବ । କଟକ, ଭୁବନେଶ୍ୱରରେ ଏନଏଚ କଡ଼ରେ ହେଉଥିବା ୱାଟର ଲଗିଙ୍ଗ ସମସ୍ୟାର ସମାଧାନ ଓ ଯେଉଁଠି ଡ୍ରେନ ନାହିଁ ଡ୍ରେନ ତିଆରି ପାଇଁ ଏନଏଚଏଆଇ ଚିଠି ଲେଖାଯିବ । ଡ୍ରେନେଜ ସମସ୍ୟାର ସମାଧାନ ଲାଗି ଆଗାମୀ ଦିନରେ ଏକ କଂକ୍ରିଟ ବ୍ୟବସ୍ଥା କରାଯିବ । ଆସନ୍ତା ବର୍ଷ ବେଳକୁ କଟକ ଓ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ନଥିବ ବୋଲି କହିଛନ୍ତି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ