Masthead

ରାଜ୍ୟରେ ଅସମ୍ଭାଳ କଲାଣି ଖରା; ୭ ସହରର ତାପମାତ୍ରା ୩୭ ଡିଗ୍ରୀ ପାର୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କଲବଲ କରୁଛି ତାତି । ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ତାତି ସେତିକି ଅସମ୍ଭାଳ ହେଉଛି । ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି । ଏହା ସବୁଠୁ ତତଲା ସହର ପାଲଟିଛି । ଆଗକୁ ୨ଦିନ ତାତି ଆହୁରି ବଢ଼ିବ। ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ । ରାଜ୍ୟର ସମୁଦ୍ର ସଂଲଗ୍ନ ଅଞ୍ଚଳକୁ ବଙ୍ଗୋପସାଗରୀୟ ପବନ ବହିବ। ବାକି ସାରା ରାଜ୍ୟରେ ଗରମ ପଶ୍ଚିମା ପବନ ବହିବ। ବୁଧବାର ଓ ଗୁରୁବାର ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ପୁରୀ, କଟକ, ବାରିପଦା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଅଧିକ ରହିବ । ଆସନ୍ତା ଦୁଇ ଦିନ ଆସ୍କା, ହିଞ୍ଜିଳିକାଟୁ, ଭଞ୍ଜନଗର ଓ ସୋରଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ । ଭୁବନେଶ୍ୱର, କଟକ ଓ ଜଗତସିଂହପୁରରେ ତାତି ୩୮ ଡିଗ୍ରୀ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଚଳିତ ବର୍ଷ ଆରମ୍ଭରୁ ପ୍ରଥମଥର ପାଇଁ ତାତି ଏଭଳି ରେକର୍ଡ କରିଛି ।

୯ଟି ସହରରେ ତାତି ୩୭ ଡିଗ୍ରୀ ପାର୍‌ କରିଛି । ମଙ୍ଗଳବାର ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାତି ୩୭.୮ ଡିଗ୍ରୀ ଛୁଇଁଥିଲା । ସମ୍ବଲପୁରରେ ୩୭.୬, ହୀରାକୁଦରେ ୩୫.୪, ରାଉରକେଲାରେ ୩୫ ଓ ଚାନ୍ଦବାଲିରେ ୩୪ ଡିଗ୍ରୀ ରହିଥିଲା । ପରେ ଝାରସୁଗୁଡ଼ାରେ ତାତି ବଢ଼ି ୩୯ ଡିଗ୍ରୀରେ ପହଞ୍ଚି ଯାଇଥିଲା । ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୩୭.୮, ବଲାଙ୍ଗିରରେ ୩୭.୫, ହୀରାକୁଦରେ ୩୭.୧ ଓ ଟିଟିଲାଗଡ଼ରେ ୩୭ ଡିଗ୍ରୀ ରେକର୍ଡ ହୋଇଥିଲା । ଭୁବନେଶ୍ୱରରେ ତାତି ୩୬.୪ ଡିଗ୍ରୀ ଓ କଟକରେ ୩୪.୬ ଡିଗ୍ରୀ ରହିଥିଲା । ସୋମବାର ଝାରସୁଗୁଡ଼ାରେ ତାପମାତ୍ରା ୩୮.୬ ଡିଗ୍ରୀ ଥିଲା । ଆଜି ଏଠାରେ ତାତି ଆହୁରି ବଢ଼ିଛି । ପାରଳାଖେମୁଣ୍ଡିରେ ତାତି ପ୍ରାୟ ୧ ଡିଗ୍ରୀ କମିଛି । ଭଦ୍ରକରେ ୩୬.୮, ସୋନପୁର ଓ ଫୁଲବାଣୀରେ ୩୬.୭, ପୁରୀ ଓ ରାଉରକେଲାରେ ୩୬.୨, ବରଗଡ଼. ନବରଙ୍ଗପୁର ଓ ଖୋର୍ଦ୍ଧାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରହିଛି । ଗୋପାଳପୁରରେ ଦିନ ତାପମାତ୍ରା ସବୁଠୁ କମ୍‌ ବା ୩୨.୧ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ଦିନ ଓ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା