କଲବଲ କରୁଛି ତାତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଉଛି ତାତି । ସକାଳ ୯ଟା ରୁ ସୂର୍ଯ୍ୟ ଦେଖାଉଛନ୍ତି ନାଲି ଆଖି । ଟକ୍ ମକ୍ ଜଳୁଛି । ଗମ୍ ଗମ୍ ଝାଳ ବୋହୁଛି । ଆଉ ସହି ହେଉନି ତାତି । ଏହି ପ୍ରଚଣ୍ଡ ରୌଦ୍ର ତାପରେ ସମସ୍ତ ରାଜ୍ୟର ଲୋକେ ଅସହ୍ୟ ହୋଇ ପଡିଲେଣି । ଦିନ ୧୨ଟା ବେଳୁ ରାସ୍ତା ଘାଟ ପୂରା ଶୂନ୍ସାନ୍ ଦିଶୁଛି । ତଥାପି କିଛି ଲୋକ ନିଜର ପେଟପାଉଣା ପାଇଁ ଘରୁ ଗୋଡ କାଢୁଛନ୍ତି । କିଏ ମୁଣ୍ଡରେ ଓଦା ଗାମୁଛା ପକାଇ ଯାଉଛି ତ ଆଉ କିଏ ଛତା ଧରି ଚାଲୁଛି । ଆଖୁ ରସ, ପଇଢ, ଲସି, ଓଆରଏସ୍ ଆଦି ମଣିଷର ସାଥୀ ପାଲିଟିଛି ।

ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଜାରିରହିଛି ଗ୍ରୀଷ୍ମ ପ୍ରବାହ । ଆଜି ଭୁବନେଶ୍ୱରରେ ତାପମାତ୍ରା ୩୮ଂ ରହିଛି । ତଥାପି ୪୨ଂ ତାପମାତ୍ରା ପରି ଅନୁଭୁତ ହେଉଛି । ପୁରୀରେ ୪୦ଂ, ବ୍ରହ୍ମପୁରରେ ୩୭ଂ , ତାପମାତ୍ରା ଥିବା ବେଳେ ଝାର୍ସୁଗୁଡାରେ ୪୩ଂ ତାପମାତ୍ରା ରହିଛି । ଦିନବେଳା ଅନୁଭୂତ ହେଉଛି ପ୍ରବଳ ତାତି । ପଶ୍ଚିମ ଓଡିଶାର ଅନେକ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି । ଢେଙ୍କାନାଳରେ ୪୦ଂ , ଅନୁଗୁଳୁରେ ୪୧ଂ, ବଲାଙ୍ଗିରରେ ୪୦ଂ, ସମ୍ବଲପୁରରେ ୪୨ଂ ରହିଛିା ବର୍ତ୍ତମାନ ଢେଙ୍କାନାଳରେ ତାତି ଦିନକୁ ଦିନ ବଢିବାରେ ଲାଗିଛି । ୪ ତାରିଖରେ ଆହୁରି ଅଧିକ ତାତି ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଆସୁଛି ଏଲିନୋ ସାରା ବିଶ୍ୱରେ ଭୟଙ୍କର ପ୍ରାକୃତିକ ବିପଦ ଆଣିପାରେ । ଏନେଇ ବିଶ୍ୱକୁ ସତର୍କ କରିଛି ବିଶ୍ୱ ପାଣିପାଗ ବିଭାଗ । କିଛି ଦିନ ଭିତରେ ପ୍ରଭାବ ଦେଖାଇ ପାରେ । ୧୮୭୭ରେ ଭଳି ପ୍ରଭାବିତ କରିପାରେ ବୋଲି ପୂର୍ବାନୁମାନ । ବିଶ୍ୱର ଏକାଧିକ ଦେଶରେ ମରୁଡି ସ୍ଥିତି ସୃଷ୍ଟି ହୋଇପାରେ । ଗ୍ରୀଷ୍ମ ଲହରୀ, ବନ୍ୟା ଏବଂ ମରୁଡି ଆସିପାରେ । ତେଣୁ ଭାରତ ଉପରେ କି ବିପଦ ଆସିପାରେ ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ ଚାଲିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!