Masthead

କଲବଲ କରୁଛି ତାତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଉଛି ତାତି । ସକାଳ ୯ଟା ରୁ ସୂର୍ଯ୍ୟ ଦେଖାଉଛନ୍ତି ନାଲି ଆଖି । ଟକ୍ ମକ୍ ଜଳୁଛି । ଗମ୍ ଗମ୍ ଝାଳ ବୋହୁଛି । ଆଉ ସହି ହେଉନି ତାତି । ଏହି ପ୍ରଚଣ୍ଡ ରୌଦ୍ର ତାପରେ ସମସ୍ତ ରାଜ୍ୟର ଲୋକେ ଅସହ୍ୟ ହୋଇ ପଡିଲେଣି । ଦିନ ୧୨ଟା ବେଳୁ ରାସ୍ତା ଘାଟ ପୂରା ଶୂନ୍ସାନ୍ ଦିଶୁଛି । ତଥାପି କିଛି ଲୋକ ନିଜର ପେଟପାଉଣା ପାଇଁ ଘରୁ ଗୋଡ କାଢୁଛନ୍ତି । କିଏ ମୁଣ୍ଡରେ ଓଦା ଗାମୁଛା ପକାଇ ଯାଉଛି ତ ଆଉ କିଏ ଛତା ଧରି ଚାଲୁଛି । ଆଖୁ ରସ, ପଇଢ, ଲସି, ଓଆରଏସ୍ ଆଦି ମଣିଷର ସାଥୀ ପାଲିଟିଛି ।

ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଜାରିରହିଛି ଗ୍ରୀଷ୍ମ ପ୍ରବାହ । ଆଜି ଭୁବନେଶ୍ୱରରେ ତାପମାତ୍ରା ୩୮ଂ ରହିଛି । ତଥାପି ୪୨ଂ ତାପମାତ୍ରା ପରି ଅନୁଭୁତ ହେଉଛି । ପୁରୀରେ ୪୦ଂ, ବ୍ରହ୍ମପୁରରେ ୩୭ଂ , ତାପମାତ୍ରା ଥିବା ବେଳେ ଝାର୍ସୁଗୁଡାରେ ୪୩ଂ ତାପମାତ୍ରା ରହିଛି । ଦିନବେଳା ଅନୁଭୂତ ହେଉଛି ପ୍ରବଳ ତାତି । ପଶ୍ଚିମ ଓଡିଶାର ଅନେକ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି । ଢେଙ୍କାନାଳରେ ୪୦ଂ , ଅନୁଗୁଳୁରେ ୪୧ଂ, ବଲାଙ୍ଗିରରେ ୪୦ଂ, ସମ୍ବଲପୁରରେ ୪୨ଂ ରହିଛିା ବର୍ତ୍ତମାନ ଢେଙ୍କାନାଳରେ ତାତି ଦିନକୁ ଦିନ ବଢିବାରେ ଲାଗିଛି । ୪ ତାରିଖରେ ଆହୁରି ଅଧିକ ତାତି ବଢିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଆସୁଛି ଏଲିନୋ ସାରା ବିଶ୍ୱରେ ଭୟଙ୍କର ପ୍ରାକୃତିକ ବିପଦ ଆଣିପାରେ । ଏନେଇ ବିଶ୍ୱକୁ ସତର୍କ କରିଛି ବିଶ୍ୱ ପାଣିପାଗ ବିଭାଗ । କିଛି ଦିନ ଭିତରେ ପ୍ରଭାବ ଦେଖାଇ ପାରେ । ୧୮୭୭ରେ ଭଳି ପ୍ରଭାବିତ କରିପାରେ ବୋଲି ପୂର୍ବାନୁମାନ । ବିଶ୍ୱର ଏକାଧିକ ଦେଶରେ ମରୁଡି ସ୍ଥିତି ସୃଷ୍ଟି ହୋଇପାରେ । ଗ୍ରୀଷ୍ମ ଲହରୀ, ବନ୍ୟା ଏବଂ ମରୁଡି ଆସିପାରେ । ତେଣୁ ଭାରତ ଉପରେ କି ବିପଦ ଆସିପାରେ ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ ଚାଲିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ