Masthead

 କେଉଁଠି ବର୍ଷା ତ କେଉଁଠି ମୁଣ୍ଡଫଟା ଖରା

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): କେଉଁଠି ବର୍ଷା ତ କେଉଁଠି ମୁଣ୍ଡଫଟା ଖରା । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯
ଡିଗ୍ରୀ ପାର୍ କରିଥିବା ବେଳେ କାଳବୈଶାଖୀ ବର୍ଷାକୁ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତାପମାତ୍ରା ଆହୁରି ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ଦିନ ବଢିବା ସହିତ ତାପମାତ୍ରା ବି ବଢୁଛି । ସକାଳ ୮ ପରେ ଘରୁ ବାହାରିବା ମୁସକିଲ ହୋଇଥିଲା । ଆଗକୁ ତାପମାତ୍ରା ଆହୁରି ବଢିବା ବୋଲି କୁହାଯାଇଛି । ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଆଜି  ରାଜଧାନୀରେ ମୁଣ୍ଡଫଟା ଖରା ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଛି । ସକାଳ ୮ଟା ସୁଦ୍ଧା ୩୧ ଡିଗ୍ରୀ ରହିଥିବା ବେଳେ ସାଢେ ୧୧ ଟା ସୁଦ୍ଧା ୩୭.୨ ଡିଗ୍ରୀ ଏବଂ ୨ଟା ସୁଦ୍ଧା ୩୯ ଡିଗ୍ରୀରେ ପହଞ୍ଚିଛି ତାପମାତ୍ରା । ୧୧ ସହରରେ ତାପମାତ୍ରା ୩୮ ଉପରେ ରହିଛି । ଉପକୂଳ ଓଡ଼ିଶା ସମେତ ଉତର ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବଢିବାରେ ଲାଗିଛି । ଚାନ୍ଦବାଲି, ଝାରସୁଗୁଡ଼ା, ସମ୍ବଲପୁରରେ ୩୯ ଡିଗ୍ରୀ, ହୀରାକୁଦ ୩୭.୬, ବାଲେଶ୍ୱର ୩୬.୪, କେନ୍ଦୁଝର ୩୬.୨ ଡିଗ୍ରୀ -ପୁରୀ ୩୩.୬, ପାରାଦୀପ ୩୩, ଗୋପାଳପୁର ୩୧.୬ ଡିଗ୍ରୀ ତାପମାତ୍ରା ରହିଛି ।

କିଛି ଦିନ ଧରି ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଜାରି ରହିଛି । ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ମୟୁରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବର୍ଷାର ପରିମାଣ କମିବ । ୨୪ ଘଣ୍ଟା ମଧ୍ୟରେ ରାୟଗଡା କାଶୀପୁରରେ ୪୯ ମିମି ବର୍ଷା ହୋଇଥିବା ବେଳେ କୋରାପୁଟ ବନ୍ଧୁଗାଁରେ ୩୬ ମିମି ବର୍ଷା ରେକର୍ଡ ହୋଇଛି ।   ରାଜ୍ୟକୁ ଉତ୍ତପ୍ତ ବାୟୁ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟରେ ଜଳିୟବାଷ୍ପର ମାତ୍ରା କମୁଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବାର ସମ୍ଭାବନା ଥିବାରୁ କାଳବୈଶାଖୀର ପ୍ରଭାବ କମିବ ଏବଂ ତାପମାତ୍ରା ଆହୁରି ବଢିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ