Masthead

ଥରୁଛି ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ବଢ଼ିଛି ଥଣ୍ଡା । ଅସହ୍ୟ ଜାଡରେ ଥରୁଛି ଓଡ଼ିଶା । ରାତି ତାପମାତ୍ରା ସବୁଠି କମିଛି ।ପୂର୍ବ ରାତି ତୁଳନାରେ ୧ ରୁ ସାଢ଼େ ୪ ଡିଗ୍ରୀ ସେଲସିୟସ୍‌ କମିଯାଇଛି । କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରେସ ସେଲସିୟସ୍ ଯାଏ ଖସିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଅର୍ଥାତ ଶୀତ ଆହୁରି ବଢ଼ିପାରେ। କିଛି ସ୍ଥାନରେ ପାରଦ ୧୦ ଡିଗ୍ରୀ କିମ୍ବା ତା’ଠୁ ଆହୁରି କମିବା ସମ୍ଭାବନା ରହିଛି।

ସେପଟେ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଜିଲ୍ଲାରେ ଘନ କୁହୁଡି ହୋଇପାରେ। ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍‌ ରହିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ଶୁକ୍ରବାର ଓ ଶନିବାର ସକାଳେ ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼,ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଯାଜପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣରେ କୁହୁଡି ହେବାର ସମ୍ଭାବନା ରହିଛି। ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର । ଇସ୍ପାତ ସହର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ରାଉରକେଲା ପଛକୁ ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ, କେନ୍ଦୁଝର ୯.୫, ଫୁଲବାଣୀ ୯.୫, ଦାରିଙ୍ଗିବାଡ଼ି ୯.୫, ସୁନ୍ଦରଗଡ଼ ୯.୭, ଅନୁଗୁଳ ୧୦, ସୋନପୁର ୧୦ ଡିଗ୍ରୀ ଥିଲା ବୁଧବାର ରାତିରେ । ଭବାନୀପାଟଣା ଓ ବଲାଙ୍ଗିରରେ ୧୧ ଡିଗ୍ରୀ, ବାରିପଦା, ଢେଙ୍କାନାଳ ଓ ଭଦ୍ରକରେ ୧୨ ଡିଗ୍ରୀ, ନବରଙ୍ଗପୁର ୧୨.୫, ତାଳଚେର ୧୨.୪, ହୀରାକୁଦ ୧୨.୬, ସମ୍ବଲପୁର ୧୨.୪, ବାଲେଶ୍ୱର ୧୨.୪, କୋରାପୁଟ ୧୨.୮, ଟିଟିଲାଗଡ଼ ୧୩, ରାୟଗଡ଼ା ୧୩, କଟକ ୧୩, ଭୁବନେଶ୍ୱର ୧୩.୨, ନୂଆପଡ଼ା ୧୩.୪, ଚାନ୍ଦବାଲି ୧୩.୮, ଖୋର୍ଦ୍ଧା ୧୪ ଡିଗ୍ରୀ ସେଲସିୟସ୍‌ ଥିଲା । ରାଜ୍ୟ ତମାମ ଏବେ ପାଗ ଶୁଖିଲା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି