Masthead

ଏଣିକି ସଡ଼କ ଦୁର୍ଘଟଣାରେ ସହାୟତାକାରୀଙ୍କୁ ମିଳିବ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅନେକ ଭିନ୍ନ ଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଆସୁଛନ୍ତି । ହେଲେ ଦେଶରେ ସଡ଼କ ଦୁର୍ଘଟଣା ବନ୍ଦ ହେବାର ନାଁ ନେଉନି । ଏହା ମଧ୍ୟରେ ସଡ଼କ ଦୁର୍ଘଟଣାରେ ସହାୟତାକାରୀଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାର ଘୋଷଣା କରିଛନ୍ତି ଯୋଗୀ ସରକାର । ଅଚିହ୍ନା ଲୋକଙ୍କୁ ସହାୟତା କରିଥିବା ଲୋକଙ୍କ ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ସେପଟେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ସ୍ଵୀକୃତି ମିଳିଥିବାର କଥା ରାଜ୍ୟ ପରିବହନ ଆୟୁକ୍ତ ଧୀରଜ ସାହୁ କହିଛନ୍ତି ।

ଅନ୍ୟପଟେ ୨୦୨୧ ଅକ୍ଟୋବର ଠାରୁ ରାଜ୍ୟ ବ୍ୟାପୀ ଏହି ପ୍ରୋତ୍ସାହନ ଯୋଜନା ଲାଗୁ କରାଯାଇଛି । ଅନ୍ୟପଟେ ଏକ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରତି ଏକ ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟୁଛି । ଦୁର୍ଘଟଣାରେ ଆହତଙ୍କୁ ଶୀଘ୍ର ସହାୟତା ଯୋଗାଇ ଦେବା ଲାଗି ଏହି ଯୋଜନା ଉପଯୋଗୀ ହୋଇପାରିବ ବୋଲି ରାଜ୍ୟ ସରକାର କହିଛନ୍ତି । ରାଜ୍ୟ ପରିବହନ ବିଭାଗ ଅନୁସାରେ ପୂର୍ବରୁ ଏଥିପାଇଁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଥିଲା । ସେପଟେ ପ୍ରତିବର୍ଷ ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ୧୦ ଜଣ ଲୋକଙ୍କୁ ସମ୍ମାନୀତ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ସହାୟତାକାରୀଙ୍କୁ ସର୍ବାଧିକ ଲକ୍ଷେ ଟଙ୍କା ଏବଂ ସର୍ବନିମ୍ନ ୫ ହଜାର ଟଙ୍କା ପ୍ରଦାନ କରାଯିବ ଲାଗି ସରକାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ