ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଗୋତକାଲି ମୋଦି ୩.୦ର ସପଥ ଗ୍ରହଣ ପରେ ଆଜି ମନ୍ତ୍ରୀମଣ୍ଡଳର ହେଇଛି ବିଭାଗ ବଣ୍ଟନ ।  ଆସିଥିବା ସୂଚନା ମତାବକ ୪ କ୍ୟାବିନେଟ ମନ୍ତ୍ରୀ ନିଜ ନିଜର ମନ୍ତ୍ରଣାଳୟ ବଜାୟୀ ରଖିଛନ୍ତି। ଅମିତ ଶାହା ପୁଣିଥରେ ଗୃହମନ୍ତ୍ରୀ ହୋଇଥିବାବେଳେ ରାଜନାଥ ସିଂହ ପ୍ରତିରକ୍ଷା, ନୀତୀନ ଗଡ଼କରି ସଡ଼କ ଓ ପରିବହନ ଓ ଏସ ଜୟଶଙ୍କରଙ୍କୁ ପୁଣିଥରେ ମିଳିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ । ସେହିପରି ହର୍ଷ ମଲହୋତ୍ରା ଓ ଅଜୟ ତମତା ସଡ଼କ ଓ ପରିବହନ ମନ୍ତ୍ରଣାଳୟରେ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି।

କ୍ୟାବିନେଟ ମନ୍ତ୍ରୀ

ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ
ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ
ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ
ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ
ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ
ନିର୍ମଳା ସୀତାରମଣ – ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ
ଏସ ଜୟଶଙ୍କର – ବୈଦେଶିକ ବ୍ୟାପାର ମନ୍ତ୍ରୀ
ମନୋହର ଲାଲ୍ ଖଟ୍ଟର – ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ମନ୍ତ୍ରୀ
ଏଚଡି କୁମାରସ୍ୱାମୀ – ଭାରି ଉଦ୍ୟୋଗ ଏବଂ ଇସ୍ପାତ ମନ୍ତ୍ରୀ
ପିୟୁଷ ଗୋଏଲ – ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ – ଶିକ୍ଷା ମନ୍ତ୍ରୀ
ଜିତନ୍ ରାମ ମାଞ୍ଝୀ – ଏମଏସଏମଇ ମନ୍ତ୍ରୀ
ଲଲନ୍ ସିଂହ – ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ
ସର୍ବାନନ୍ଦ ସୋନୱାଲ – ବନ୍ଦର, ଜଳପଥ ଏବଂ ଜାହାଜ ଚଳାଚଳ ମନ୍ତ୍ରୀ
ବୀରେନ୍ଦ୍ର କୁମାର – ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ
କେ ରାମମୋହନ ନାଇଡୁ – ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ପ୍ରହଲ୍ଲାଦ ଯୋଶୀ – ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ
ଜୁଏଲ୍ ଓରାମ – ଆଦିବାସୀ ବ୍ୟାପାର ମନ୍ତ୍ରୀ
ଗିରିରାଜ ସିଂ – ବୟନ ଶିଳ୍ପ ମନ୍ତ୍ରୀ
ଅଶ୍ୱିନୀ ବୈଷ୍ଣବ – ରେଳ ମନ୍ତ୍ରୀ, ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ, ଇଲେକ୍ଟୋନିକ୍ସ ଏବଂ ଆଇଟି ମନ୍ତ୍ରୀ
ଜ୍ୟୋତିରାଦିତ୍ୟ ସିନ୍ଧିଆ – ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ
ଭୁପେନ୍ଦ୍ର ଯାଦବ – ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖାୱତ୍ – ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ
ଅନ୍ନପୂର୍ଣ୍ଣା ଦେବୀ – ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ
କିରଣ ରିଜିଜୁ – ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ହରଦୀପ ସିଂହ ପୁରୀ – ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍
ମନସୁଖ ମାଣ୍ଡଭ୍ୟ – ଶ୍ରମ, ନିଯୁକ୍ତି ବିଭାଗ ମନ୍ତ୍ରୀ ଏବଂ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ
ଜି କିଷାନ ରେଡ୍ଡୀ –ଖଣି ଓ କୋଇଲା ମନ୍ତ୍ରୀ
ଚିରାଗ ପାସୱାନ୍ – ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ସିଆର୍ ପାଟିଲ – ଜଳଶକ୍ତି ମନ୍ତ୍ରୀ

Leave a Reply

Your email address will not be published. Required fields are marked *