Masthead

ଚିନ୍ତା ବଢ଼ାଉଛି ହିଣ୍ଡାଲକୋ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଫ୍ଲୋରାଇଡ୍ ଗ୍ୟାସ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନେ ଆଜି ତହସିଲଦାଙ୍କୁ ଘେରିଛନ୍ତି । କ୍ଷତିପୂରଣ ରିପୋର୍ଟ ଦାବିରେ ତହସିଲ କାର୍ଯ୍ୟାଳୟରେ ଉତ୍ୟକ୍ତ ଚାଷୀ ଏକାଠି ହୋଇଛନ୍ତି । ପ୍ରତିବର୍ଷ ହିରାକୁଦ ହିଣ୍ଡାଲକୋ କମ୍ପାନୀରୁ ନିର୍ଗତ ଫ୍ଲୋରାଇଡ଼ ଗ୍ୟାସ କାରଣରୁ ଚାଷୀଙ୍କ ଏକର ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଥାଏ । ଯାହାକୁ ନେଇ ଗ୍ରୀନ ଟ୍ରିବୁନାଲ ତରଫରୁ ହିଣ୍ଡାଲକୋକୁ ୫୦ ଲକ୍ଷ ଟଙ୍କାର ଫାଇନ୍ ମଧ୍ୟ କରାଯାଇଥିଲା । ତା ସତ୍ୱେ ଏ ବାବଦରେ ସ୍ଥାୟୀ ସମାଧାନ ହୋଇପାରି ନାହିଁ । ବାରମ୍ବାର ଫ୍ଲୋରାଇଡ୍ ଗ୍ୟାସ ହିଣ୍ଡାଲକୋ କମ୍ପାନୀରୁ ନିର୍ଗତ ହେଉଥିବାରୁ ଚାଷୀମାନେ କୃଷି ଅଧିକାରୀ, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଆସୁଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅଗଷ୍ଟ ୨୮ରେ କୃଷି ଅଧିକାରୀ ଫ୍ଲୋରାଇଡ ଗ୍ୟାସ ନିର୍ଗତ ହେଉଥିବା ଅଞ୍ଚଳ ପରିଦର୍ଶନ କରିଥିଲେ । ଚାଷୀଙ୍କ ସମସ୍ତ ତଥ୍ୟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । କିନ୍ତୁ କ୍ଷୟକ୍ଷତିର ରିପୋର୍ଟ ତହସିଲଦାର ଜିଲ୍ଲାପାଳଙ୍କୁ ପ୍ରଦାନ କରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ତୁରନ୍ତ ସମସ୍ତ ରିପୋର୍ଟ ପ୍ରଦାନ ସହ କ୍ଷୟକ୍ଷତିର ଆର୍ଥିକ ସହାୟତା ଦେବା ପାଇଁ ଚାଷୀଙ୍କ ତରଫରୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ