Masthead

ରାଇଡ଼ିହି ଗାଁକୁ ଭରସା ବାଉଁଶ ପୋଲ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ୭୪ ବର୍ଷ ପରେ ବି ବାଉଁଶ ପୋଲ ସାଜିଛି ଏକ ମାତ୍ର ସାହା ଭରସା। ସରକାରଙ୍କ ମାଳ ମାଳ ଯୋଜନା, କିନ୍ତୁ ଯୋଜନା ସବୁ କାଗଜ କଲମରେ ସିମୀତ ହୋଇ ରହି ଯାଉଛି। କିଛି ଖାମଖିଆଲି ମନଭାବ ଥିବା ସରକାରୀ ଅଧିକାରୀଙ୍କ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଏପରି ଏକ ଗାଁ ର ଦୃଶ୍ୟ ଯେଉଁଠି ଏ ପର୍ଯ୍ୟନ୍ତ ସ୍ୱାଧୀନତାର ସ୍ୱାଦ ବାରି ପାରିନାହିଁନ୍ତି ଗ୍ରାମବାସୀ। ଆମେ କହୁଁଛୁ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ରାଇଡିହି ସାମିଲ କମଳାଷୋଳ ଗାଁ କଥା । ଯେଉଁଠି ଦୀର୍ଘ ବର୍ଷ ଧରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ହେଲେ ଏଥିପ୍ରତି ସରକାରଙ୍କ ଦୃଷ୍ଟି ପଡୁନାହିଁ । ରାଇଡିହି ଗାଁକୁ ନା ଅଛି ଯାତାୟତ ପାଇଁ ଭଲ ରାସ୍ତାଟିଏ ନା ଅଛି ପିଇବା ପାଇଁ ଭଲ ପାଣି।

ନିଜ ଖର୍ଚ୍ଚରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବାଉଁଶପୋଲ ଦୈନନ୍ଦିନ ଯାତାୟତର ଏକମାତ୍ର ସାହା ଭରସା। ପକ୍କା ପୋଲ ନଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଗର୍ଭବତୀ ମହିଳା ହୁଅନ୍ତୁ କି ଛୋଟ ପିଲା କି ବୃଦ୍ଧ ଯିବା ଆସିବା ପାଇଁ ସାହାରା ଦଦରା ବାଉଁଶ ପୋଲ। ଏପରିକି ଏପର୍ଯ୍ୟନ୍ତ ଗାଁ ମଧ୍ୟକୁ ଆମ୍ବୁଲାନ୍ସ ଆସିବ ଠପ ହୋଇ ଯାଇଛି। ୩୦୦ ରୁ ଅଧିକ ପରିବାର ଲୋକେ ଏହି ବିପଦସଂକୁଳ ବାଉଁଶପୋଲ ଉପରେ ଯାତାୟତ କରନ୍ତି । ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି।

ବର୍ଷା ୠତୁରେ ଚାରିମାସ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଅସ୍ୱଚ୍ଛ ପାଣି ଥିବା ଏକ ମାତ୍ର କୂଅ ଗ୍ରାମବାସୀଙ୍କ ପାଇଁ ସାହା ଭରସା। ଏନେଇ ବ୍ଲକ୍ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକଙ୍କୁ ଜଣାଇଛନ୍ତି, ହେଲେ କୌଣସି ସୁଫଳ ମିଳିପାରିନାହିଁ। ଦେଖିବାକୁ ବାକି ରହିଲା ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳ କେବେ ତତ୍ପର ହେବେ ଓ ଲୋକଙ୍କ ସହାୟତା ପାଇଁ କେବେ ପଦକ୍ଷେପ ନେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ