ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଭଲ ନାହିଁ

ପିପିଲି(ବଡ଼ ଖବର ବ୍ୟୁରୋ): ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିର୍ବାଚିତ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟ । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଲୋକସେବା ଭବନର ନାକ ତଳେ ଥିବା ପିପିଲିରେ । ପିପିଲି ଡାକ୍ତରଖାନା ଉପରେ ୫୦ହଜାରରୁ ଅଧିକ ରୋଗୀ ନିର୍ଭର କରିଥାନ୍ତି । ପିପିଲି ଠାରୁ ମଙ୍ଗଳପୁର ହସ୍ପିଟାଲ୍ ପ୍ରାୟ ୧୨କିଲୋମିଟର । ସେହିପରି ବାଳକାଟି ହସ୍ପିଟାଲ୍ ୧୬କିମି ଦୂର । ତେଣୁ ରୋଗୀ ପିପିଲି ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାନ୍ତି ।

ମାତ୍ର ଦୁଃଖ ଓ ପରିତାପର ବିଷୟ କରୋନା ଆଳରେ ଏ ମାସ ହେବ ପିପିଲି ହସ୍ପିଟାଲରୁ ବନ୍ଦ କରିଦିଆଯାଇଛି । ଅନେକ ରୋଗୀ ସ୍ୱାସ୍ଥ୍ୟସେବା ନପାଇ ହନ୍ତସନ୍ତ ହେଉଛନ୍ତି । ରୋଗୀ ଆସିଲେ ଏଠାରେ କୌଣସି ସୁବିଧା ନମିଳିବାରୁ ଅବସ୍ଥା ସଙ୍ଗିନ ହୋଇପଡୁଛି । ପିପିଲି ନିକଟ ଦେଇ ଜାତୀୟ ରାଜପଥ ଯାଇଥିବାରୁ ଅନେକ ଦୁର୍ଘଟଣାଗ୍ରସ୍ତ ହୋଇ ଆସୁଥିବା ବେଳେ ଚିକିତ୍ସା ଅଭାବରୁ ସେମାନଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି । ପ୍ରଶାସନ ଯଥାଶୀଘ୍ର ହସ୍ପିଟାଲ୍ ଖୋଲିବାକୁ ସ୍ଥାନୀୟ ଲୋକେ, ବୁଦ୍ଧିଜୀବୀ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’