Masthead

କେମିତି ମହାରାଷ୍ଟ୍ର ରାଜନୀତିକୁ କବଜା କରିଥିଲେ ଶରଦ ପାୱାର?

ନୂଆଦିଲ୍ଳୀ(ବଡ଼ ଖବର ବ୍ୟୁରୋ): ଶରଦ ପାୱାର । ମହାରାଷ୍ଟ୍ର ରାଜନୀତିର ଏକ ଚର୍ଚ୍ଚିତ ନାମ । ତାଙ୍କ ରାଜନୈତିକ ଜୀବନ ଯେମିତି ସଂଘର୍ଷ ପୂର୍ଣ୍ଣ, ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ସେପରି ରହସ୍ୟାବୃତ୍ତ । ଭାରତୀୟ ରାଜନୀତିରେ ଶରଦ ପାୱାରଙ୍କ ଦବ୍‌ଦବା କିଛି କମ୍ ନୁହେିଁ । ମହାରାଷ୍ଟ୍ର ରାଜନୀତିରେ ତାଙ୍କ ଦଳ ଓ ତାଙ୍କୁ ନେଇ ସବୁବେଳେ ଲାଗି ରହିଥାଏ ଚର୍ଚ୍ଚା । ଥରେ ନୁହେଁ କି ଦୁଇ ଥର ନୁହେଁ, ୪ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କରିଥିଲେ ଶାସନ । ତେବେ କେମିତି ଥିଲା ତାଙ୍କର ରାଜନୈତିକ କ୍ୟାରିୟର? କେମିତି ରାଜନୀତିରେ ପାଦ ଦେଇଥିଲେ ଶରଦ? କେମିତି ଓଲଟାଇଥିଲେ ମହାରାଷ୍ଟ୍ର ରାଜନୀତିର ଇତିହାସ? ୧୯୫୮ରେ ଯୁବାବସ୍ଥାରେ ଯୋଡ଼ି ହୋଇଥିଲେ କଂଗ୍ରେସ ସହ । ପରବର୍ତ୍ତୀ ସମୟରେ ୧୯୬୨ରେ ସେ ପୁନ୍ନା ଜିଲ୍ଲାର ୟୁଥ୍ କଂଗ୍ରେସର ପ୍ରେସିଡେଂଟ ଭାବେ ଦାୟିତ୍ୱ ନେଇଥିଲେ । ୧୯୬୪ରେ ସେ ମହାରାଷ୍ଟ୍ର ୟୁଥ୍ କଂଗ୍ରେସର ସେକ୍ରେଟେରୀ ଭାବେ କାର୍ଯ୍ୟ କଲେ । ୨୭ ବର୍ଷ ବୟସରେ ୧୯୬୭ରେ ଶରଦ ମହାରାଷ୍ଟ୍ର ଲେଜିସଲେଟିଭ ଆସେମ୍ବଲୀରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ ।

ପରବର୍ତ୍ତୀ ସମୟରେ କଂଗ୍ରେସରେ ଆସିଥିଲା ବଡ଼ ପରିବର୍ତ୍ତନ । ଦଳ ବିଭାଜିତ ହୋଇଥିଲା । ଏହା ପରେ ତôତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ (ଆର)କୁ ବାଛିଥିଲେ । କିଛିଦିନ ଦଳ ସହ ରହି କାମ କରିବା ପରେ ତାଙ୍କୁ ମିଳିଥିଲା ବଡ଼ ସୁଯୋଗ । ୧୯୭୦ରେ ଯେତେବେଳେ ବସନ୍ତରାଓ ନାଏକଙ୍କ ସରକାର ଗାଦି ସମ୍ଭାଳିଲା, ସେତେବେଳେ ଦଳର ଆଗାମୀ ସଫଳ ନେତାର ଖୋଜ୍ କରାଯାଉଥିଲା । ମହାରାଷ୍ଟ୍ର ରାଜନୀତିର ତୁଙ୍ଗ ନେତା ୟଶବନ୍ତ ଚୌହାନ, ଶରତ ପାୱାରଙ୍କୁ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଦେବାର ପ୍ରସ୍ତାବ ରଖିଥିଲେ । ସରକାର ବଦଳିବା ପରେ ମଧ୍ୟ ସେ ସମ୍ଭାଳିଥିଲେ ମନ୍ତ୍ରୀପଦ । ଧୀରେ ଧୀରେ କଂଗ୍ରେସ(ଆର)ର ହାତ ଛାଡ଼ି କଂଗ୍ରେସ(ୟୁ)ରେ ଯୋଗଦେଇଥିଲେ । ଜୁଲାଇ ୧୯୭୮ରେ କଂଗ୍ରେସ(ୟୁ) ଛାଡ଼ିଥିଲେ ଶରତ । ମିଶିଥିଲେ ଜନତା ପାର୍ଟିରେ । ପରେ ତାଙ୍କୁ ମିଳିଥିଲା ଇତିହାସ ରଚିବାର ସୁଯୋଗ । ଏହି ପ୍ରକ୍ରିିୟାରେ ସେ ୩୮ ବର୍ଷ ବୟସରେ ହୋଇଥିଲେ ମହାରାଷ୍ଟ୍ରର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ । ଧୀରେ ଧୀରେ ତାଙ୍କ ରାଜନୈତିକ କ୍ୟାରିୟରରେ ଆସିଥିଲା ଅନେକ ଉତ୍‌ଥାନ ପତନ । ସମୟ ସହ ସେ ଆଗକୁ ବଢି ଚାଲିଥିଲେ ।

ଲୋକସଭା ଓ ପରେ ରାଜ୍ୟସଭାକୁ ହୋଇଥିଲେ ନିର୍ବାଚିତ । ୧୯୯୦ ଦଶକରେ ତାଙ୍କୁ ଆଉ ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସି ଶାସନ କରିବାର ଅବସର ମିଳିଥିଲା । ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଗାଦିରେ ବସାଇବାରେ ଶରତଙ୍କର ମଧ୍ୟ ଭୂମିକା ରହିଛି । ଯାହା ବଦଳରେ ନରସଂହ ରାଓ ଶରତଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ । ଜୁନ ୨୦୧୭ରେ ସେ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଯେତେବେଳେ ଏନସିପି କଥା ଆସେ, ୧୯୯୯ରେ ସେ ଗଢିଥିଲେ ଏହି ରାଜନୈତିକ ଦଳ । ମହାରାଷ୍ଟ୍ରରେ ଶିବସେନା ସହ କଡ଼ା ଟକ୍କର ଦେଇଥିଲା ଏନସିପି । ଭାରତୀୟ ରାଜନୀତିର ପ୍ରମୁଖ ଚରିତ୍ର ଶରଦଙ୍କ ଦବଦବା ଧୀରେ ଧୀରେ ମହାରାଷ୍ଟ୍ର ରାଜନୀତିକୁ କବ୍ଚା କରିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ