Before Header

‘ଧାନ କ୍ୱିଣ୍ଟାଲ କେତେ ଟଙ୍କା କରିବ?’

0 580

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଆଗାମୀ ନିର୍ବାଚନରେ ଓଡ଼ିଶାରେ ଯଦି ଭାରତୀୟ ଜନତା ପାର୍ଟି ଶାସନକୁ ଆସେ ତେବେ ଧାନ କ୍ୱିଣ୍ଟାଲ କୁ ୩୧୦୦ ଟଙ୍କା କରିବା ପାଇଁ ଶୀର୍ଷ ନେତା ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିବାବେଳେ କଂଗ୍ରେସ ୩୦୦୦ ଟଙ୍କା କରିବା ପାଇଁ ଘୋଷଣା କରିଛି । ତେବେ ବିଜୁଜନତା ଦଳ ସବୁବେଳେ ଚାଷୀଙ୍କ ପାଇଁ କାର୍ଯ୍ୟ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଯଦି ପୁଣି ଥରେ ଶାସନକୁ ଆସେ ତେବେ ଧାନ କ୍ୱିଣ୍ଟାଲ କେତେ ଟଙ୍କା କରିବ ତାହା ଘୋଷଣା କରୁ। ଯାହାକୁ ନେଇ ଆଜି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ତଥା ବାଲିକୁଦା-ଏରସମାର ବିଧାୟକ ପାର୍ଥୀ ଶେଷଦେବ ନନ୍ଦ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.