Masthead

କାହାର କେତେ ମହିଳା ପ୍ରାର୍ଥୀ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଲୋକସଭା ଓ ବିଧାନସଭା ନିର୍ବାଚନରେ ହେବ କଡ଼ା ଫାଇଟ । ବିଜେପି ସବୁ ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ବିଜେଡି ୧୫ଟି ଆସନରେ ପ୍ରାର୍ଥୀ ଦେଇଛି । ଏମିତି କିଛି ଚର୍ଚ୍ଚିତ ଆସନ ଅଛି ଯେଉଁଠି ହେବ ହାଇଭୋଲଟେଜ ଫାଇଟ । ଏଥର ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଓଡ଼ିଶାରୁ ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବେ ବୋଲି ଆଶା ରଖୁଥିଥବା ନେତ୍ରୀମାନେ ହତାସ ହେବାରେ ଲାଗିଛନ୍ତି । ଗତ ନିର୍ବାଚନରେ ଓଡ଼ିଶାରୁ ଲୋକସଭା ପାଇଁ ବିଜୁ ଜନତା ଦଳ ଏକ ତୃତୀୟାଂଶ ଆସନରେ ମହିଳା ପ୍ରାର୍ଥୀ ଛିଡା କରିଥିବାବେଳେ ଦୀର୍ଘ ଦଶନ୍ଧିର ଲଢେଇ ପରେ ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ଲାଗି ଆଇନ ପାରିତ ହେବା ପରିପ୍ରେକ୍ଷୀରେ ପ୍ରାୟ ସବୁ ବଳର ନାରୀନେତ୍ରୀମାନଙ୍କ ମଧ୍ୟରେ ନିର୍ବାଚନ ଲଢିବା ପାଇଁ ଅଧିକ ଆଗ୍ରହ ପ୍ରକାଶ ପାଇଥିଲା।

ରାଜ୍ୟର ୨୧ଟି ଯାକ ଲୋକସଭା ଆସନ ପାଇଁ ଇତିମଧ୍ୟରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏଥିରେ ମାତ୍ର ୪ଜଣ ମହିଳାଙ୍କ ନାମ ରହିଛି। ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀରରୁ, ମାଳବିକା କେଶରୀ ଦେଓ କଳାହାଣ୍ଡିରୁ, ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରୁ ଓ ଅନିତା ଶୁଭଦର୍ଶିନୀ ଆସ୍କାରୁ ବିଜେପି ପ୍ରାର୍ଥୀ ଘୋଷିତ ହୋଇଛନ୍ତି । କଂଗ୍ରେସ ଘୋଷଣା କରିଥିବା ୮ ଲୋକସଭା ଆସନର ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା ଅଛନ୍ତି । ଦ୍ରୌପଦୀ ମାଝୀଙ୍କୁ କଳାହାଣ୍ଡି ଲୋକସଭା କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ କରୁଛି।

ଅନ୍ୟପକ୍ଷରେ ବିଜୁ ଜନତା ଦଳ ଏଯାବତ୍ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ସେଥୁମଧ୍ୟରେ ୪ ଜଣ ମହିଳାଙ୍କ ନାମ ରହିଛି। ଏମାନେ ହେଲେ କୋରାପୁଟରୁ କୌଶଲ୍ୟା ହିକକା, ଆସିକାରୁ ରୀତା ସାହୁ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଓ ଯାଜପୁରରୁ ଶର୍ମିଷ୍ଠା ସେଠୀ। ରାଜ୍ୟର ୧୪୭ଟି ବିଧାନସଭା ଆସନ ମଧ୍ୟରୁ ଏଯାବତ୍ ବିଜେଡି ୭୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ସେମାନଙ୍କ ମଧ୍ୟରେ ୧୨ଜଣ ମହିଳା ଅଛନ୍ତି ।

ସେହିଭଳି ବିଜେପି ଘୋଷଣା କରିଥିବା ଓଡ଼ିଶାର ୧୧୨ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ମଧ୍ୟରୁ ୮ଜଣ ମହିଳା ଥିବାବେଳେ କଂଗ୍ରେସର ୪୭ ଜଣିଆ ପ୍ରାର୍ଥୀ ତାଲିକାରେ ୫ଜଣ ମହିଳାଙ୍କ ନାମ ରହିଛି । ବିଜେଡି ରାୟଗଡାରୁ ଅନୂସୟା ମାଝୀ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ବସ୍ତାରୁ ଶୁଭାସିନୀ ଜେନା, ବିସ୍ତାରପୁରରୁ ପ୍ରମିଳା ମଲ୍ଲିକ, ଯାଜପୁରରୁ ସୁଜାତା ସାହୁ, ଟିଟିଲାଗଡ଼ରୁ ଟୁକୁନି ସାହୁ, ଉମରକୋଟରୁ ନବୀନା ନାୟକ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଭବାନୀପାଟଣାରୁ ଲତିକା ନାୟକ, କବିସୂର୍ଯ୍ୟନଗରରରୁ ଲତିକା ପ୍ରଧାନ ଓ ସୋରତାରୁ ସଂଘମିତ୍ରା ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି।

ବିଜେପିରୁ ନୟାଗଡ଼ରୁ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ବ୍ରହ୍ମଗିରିରୁ ଉପାସନା ମହାପାତ୍ର, ବଣାଇରୁ ସେବତୀ ନାୟକ, ବିଂଝାରପୁରରୁ ବବିତା ମଲ୍ଲିକ, ଧର୍ମଶାଳାରୁ ସ୍ମୃତି ରେଖା ପାହି, ବାଲିଗୁଦାରୁ କଳ୍ପନା କୁମାରୀ କହ୍ନାର, ନିମାପଡ଼ାରୁ ପ୍ରଭାତି ପରିଡ଼ାଙ୍କୁ ଦଳ ପ୍ରାର୍ଥୀ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା