Masthead

ସଫଳ ଉତକ୍ଷେପଣ ପରେ ଏସ ସୋମନାଥଙ୍କ ପ୍ରତିକ୍ରିୟା ‘ଅଭିନନ୍ଦନ ଭାରତ’

ଶ୍ରୀହରିକୋଟା (ବଡ଼ ଖବର ବ୍ୟରୋ):ଧରାପୃଷ୍ଠରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା ଆରମ୍ଭ କଲା ଇସ୍ରୋର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୩ । ଆଜି ୨.୩୫ ମିନିଟ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ସଫଳତାର ସହ ଉତକ୍ଷେପଣ ହୋଇଛି ଚନ୍ଦ୍ରୟାନ -୩ । ଉତକ୍ଷେପଣ ପରେ ଭାବବହ୍ୱଳ ହୋଇପଡ଼ିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ସଫଳତା ପରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଉଦ୍ଦେଶ୍ୟରେ ସୋମନାଥ କହିଥିଲେ  ‘ଅଭିନନ୍ଦନ ଭାରତ’ । ଇସ୍ରୋ ମୁଖ୍ୟ  କହିଛନ୍ତି, “ଚନ୍ଦ୍ରଯାନ -୩ ଚନ୍ଦ୍ର ଆଡକୁ ଯାତ୍ରା ଆରମ୍ଭ କରିଛି। ଏଲଭିଏମ୩ ଚନ୍ଦ୍ରାୟଣ -୩କୁ ସଠିକ ସ୍ଥାନରେ ରଖିଛି । ଆସନ୍ତୁ ସମସ୍ତେ ଚନ୍ଦ୍ରାୟଣ -୩ ପାଇଁ ଶୁଭକାମନା ଜଣାଇବା । ଚନ୍ଦ୍ରୟାନ ଆଗକୁ ତାର ଯାତ୍ରା ଜାରି ରଖିବ ଏବଂ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ” ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ