Masthead

କୋରାପୁଟରେ ସପ୍ତଗିରିଙ୍କୁ ଟକ୍କର ଦେବେ କାଳୀରାମ ଓ କୌଶଲ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ସବୁ ରାଜନୈତିକ ଦଳ । ଚଳିତ ନିର୍ବାଚନ, ପୂର୍ବ ନିର୍ବାଚନଠାରୁ ଟିକେ ନିଆରା ହେବାକୁ ଯାଉଛି । ଏଥର ଏକାଧିକ ଆସନରେ ହେଭିୱେଟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି । ଯାହା ପ୍ରଚାର ମଇଦାନକୁ ସରଗରମ କରିବ । ବିଶେଷକରି ଯେଉଁ ସବୁ ଆସନରେ ରାଜନୈତିକ ଦଳ ହେଭିୱେଟକୁ ପ୍ରାର୍ଥୀ କରିଛନ୍ତି, ସେହି ଆସନରେ ବଡ ଲଢ଼େଇ ହେବ ବୋଲି କୁହାଯାଉଛି । ଯଦି କୋରାପୁଟ କଥା ଦେଖିବା ଏଠି ବିଜେପି ପ୍ରାର୍ଥୀ କାଳୀରାମ ମାଝୀଙ୍କୁ ଟକ୍କର ଦେବେ ବିଜେଡିର ରିପିଟ୍ ପ୍ରାର୍ଥୀ କୌଶଲ୍ୟା ହିକକା ଓ କଂଗ୍ରେସର ସାଂସଦ ସପ୍ତଗିରି ଉଲ୍ଲାକା।

ସପ୍ତଗିରି ଗତଥର ବିଜେଡିକୁ ଏଠି କଡ଼ା ଫାଇଟ୍ ଦେଇ ଏଠୁ ମାତ୍ର ୩ ହଜାର ୬୧୩ ଭୋଟରେ ଜିତିଥିଲେ । କିନ୍ତୁ ଏଥର ଲଢ଼େଇ ଆହୁରି ଜୋରଦାର ହେବା ଆଶା କରାଯାଉଛି। ସେହିପରି କଳାହାଣ୍ଡିରେ ବିଜେପିର ମାଳବିକା କେଶରୀ ଦେଓଙ୍କ ସହ ବିଜେଡିର ଲମ୍ବୋଦର ନିଆଲ ଓ କଂଗ୍ରେସର ଦ୍ରୌପଦୀ ମାଝୀଙ୍କ ଭିତରେ ଟକ୍କର ହେବାକୁ ଯାଉଥିଲା ବେଳେ କନ୍ଧମାଳରେ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ, ବିଜେଡିର ଅଚ୍ୟୁତ ସାମନ୍ତ ଓ କଂଗ୍ରେସର ଅମୀର ଚାନ୍ଦ ନାୟକଙ୍କ ଭିତରେ ଲଢ଼େଇ ସ୍ପଷ୍ଟ ହୋଇଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା