Masthead

୩୭୦ ଉଚ୍ଛେଦ ପରେ କେତେଜଣ କିଣିଛନ୍ତି ଜମ୍ମୁ-କାଶ୍ମୀରରେ ଜମି?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଧାରା ୩୭୦ ଉଚ୍ଛେଦକୁ ପୁରିଛି ଦୁଇବର୍ଷ । ଦେଶର ଯେ କୌଣସି ବ୍ୟକ୍ତି ଚାହିଁବେ ସେଠାରେ ଜମି କିଣିପାରିବେ । ତେବେ ଦୁଇ ବର୍ଷ ମଧ୍ୟରେ ମାତ୍ର ୨ଜଣ ଜମ୍ମୁ-କାଶ୍ମୀରରେ ଜମି କିଣିଛନ୍ତି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ କହିଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ଜମି କିଣିବାରେ କୌଣସି ଆଇନଗତ ସମସ୍ୟା ଦେଖାଦେଇଥିବା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

କେବଳ ଦୁଇଜଣ ଲୋକ ସେଠାରେ ଜମି କିଣିଛନ୍ତି । କିନ୍ତୁ ସେମାନେ କିଏ ଓ କେଉଁ ରାଜ୍ୟର ତାହା ସାର୍ବଜନୀନ କରାଯାଇନାହିଁ । ତେବେ ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଆଉ ଏଣିକି ସବୁ ରାଜ୍ୟର ଲୋକମାନେ ଚାହିଁଲେ ଜମ୍ମୁ-କାଶ୍ମୀରରେ ଜମି ଠାରୁ ଆରମ୍ଭ କରି ଘର କିଣିପାରିବେ ବୋଲି ମଧ୍ୟ କୁହାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ