Masthead

ଶରୀରରେ କେତେ ଅମ୍ଳଜାନ ରହିବା ଦରକାର? ଜାଣନ୍ତୁ

(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ,ସମସ୍ତଙ୍କୁ ଅମ୍ଳଜାନ ଯେ, କେତେ ଗୁରୁତ୍ୱପୂର୍ଣ୍ଣ ତାହା ଶିଖାଇ ଦେଇଛି । ଅକ୍ସିଜେନ ସମସ୍ୟା ଦେଇ ଗତି କରୁଛି ଏବେ ଦେଶ । ଏହା ହିଁ ଏବେ ବଞ୍ଚିବାର ରାହା । ଅକ୍ସିଜେନ ଅଭାବରୁ ନିଜ ଲୋକଙ୍କ ମୃତ୍ୟୁ ହେଉଥିବା ଦେଖି ମେଡିକାଲ ଉପରେ ଭରସା ନକରି ଅକ୍ସିଜେନ ଯୋଗାଡ଼ କରି ଲୋକ ମାନେ ଟ୍ୟାଙ୍କର ବୋହୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ତେବେ କରୋନା ଆକ୍ରାନ୍ତ କେବଳ ଫୁସ୍ଫୁସ୍ ରୋଗରେ ପୀଡ଼ିତ ପ୍ରତ୍ୟେକ ରୋଗୀଙ୍କୁ ପ୍ରଚୁର ମାତ୍ରାରେ ଅକ୍ସିଜେନ ଆବଶ୍ୟକ । ତେବେ ଏହି ଅକ୍ସିଜେନ ମେଡିକାଲ କର୍ତ୍ତୁପକ୍ଷଙ୍କ ନିକଟରେ ପହଞ୍ଚେ କିପରି । କରୋନା ରୋଗୀଙ୍କୁ ଅକ୍ସିଜେନ ସମସ୍ୟା କାହିଁକି ଦେଖାଦିଏ । ଅକ୍ସିଜେନ ସମସ୍ୟା ଏବେ ଯେଉଁଭଳି ଭାବେ ଦେଖା ଦେଇଛି ସେପରି ବୋଧ ହୁଏ କେବେ ଦେଖା ଦେଇନି ।

ତେବେ ଅକ୍ସିଜେନର ଆବଶ୍ୟକତା କଣ ରହିଛି । ଜଣେ ସାଧାରଣ ମଣିଷ ପ୍ରତି ମିନିଟ୍ରେ ୫ ରୁ ୬ ମିଲିଲିଟର ଅକ୍ସିଜେନ ଆବଶ୍ୟକ କରେ । ଅର୍ଥାତ ପ୍ରତି ମିନିଟ୍ରେ ୨୫୦ ଏମ୍ଏଲ୍ ଅକ୍ସିଜେନ ଆମେ ଆବଶ୍ୟକ କରୁ । ସେହିପରି ପରିଶ୍ରମ କରୁଥିବା ଜଣେ ବୟସ୍କ ବ୍ୟକ୍ତି ପ୍ରତି ମିନିଟରେ ୭ରୁ ୮ଲିଟର ବାୟୁ ଆବଶ୍ୟକ କରିଥାନ୍ତି । ଶ୍ୱାସକ୍ରିୟା ଜରିଆରେ ଫୁସଫୁସକୁ ପ୍ରବେଶ କରୁଥିବା ବାୟୁରେ ପ୍ରାୟ ୨୦% ଅକ୍ସିଜେନ ଥିବା ବେଳେ ପ୍ରଶ୍ୱାସରେ ନିର୍ଗତ ବାୟୁରେ ୧୫% ଅକ୍ସିଜେନ ରହିଥାଏ । ଅର୍ଥାତ ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ମଧ୍ୟରେ ପ୍ରବେଶ କରୁଥିବା ବାୟୁର ମାତ୍ର ୫% ଶରୀରରେ କାର୍ଯ୍ୟକାରୀ ହୋଇଥାଏ । ଯାହା ସୂଚାଉଛି ଯେ, ଜଣେ ସୁସ୍ଥ ବ୍ୟକ୍ତି ୨୪ଘଣ୍ଟାରେ ୫୫୦ ଲିଟର ଶୁଦ୍ଧ ଅମ୍ଳଜାନ ଆବଶ୍ୟକ କରେ । କିନ୍ତୁ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଅମ୍ଳଜାନ ଦରକାର ପଡ଼ିଥାଏ ।

ଯେଉଁମାନେ ଫୁସ୍ଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥାନ୍ତି ସେମାନଙ୍କ ପାଇଁ ଅକ୍ସିଜେନ ୪ଗୁଣା ଅଧିକ ଆବଶ୍ୟକ ହୋଇଥାଏ । ଆଲଭୋଲି ନେଲେ ତାହା ଫୁସ୍ଫୁସରେ ଥିବା କାର୍ବନ ଡାଇଅକ୍ସାଇଡ଼କୁ ନଷ୍ଟ କରିଥାଏ । ଆଉ କରୋନା କେସରେ ଫୁସ୍ଫୁସ୍ ରେ ଥିବା କାର୍ବନ ଡାଇଅକ୍ସାଇଡ଼ ନଷ୍ଟ ହୋଇଥାଏ । କିଛି ଲୋକଙ୍କ କ୍ଷେତ୍ରରେ ତ ଆଲଭୋଲି ପ୍ରବାହ ରକ୍ତ ସରବରାହରେ ବ୍ୟାଘାତ ସୃଷ୍ଟି କରି ଜମାଟ ବାନ୍ଧି ଥାଏ । ଏହି କାରଣରୁ ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୋଇଥାଏ ।

ସ୍ୱାସ୍ଥ୍ୟାବସ୍ଥା ଯେତେବେଳେ ୯୦% ତଳକୁ ଆସେ ସେତେବେଳେ ଶରୀର ଅକ୍ସିଜେନ ଆବଶ୍ୟକ କରେ । ତେବେ ଫୁସ୍ଫୁସ୍ ଜନିତ ଗୁରୁତର ରୋଗ ଲାଗି ତୁରନ୍ତ ଅକ୍ସିଜେନ ଥେରାପି ଆବଶ୍ୟକ ହୋଇଥାଏ । ବିନା ଡାକ୍ତରଙ୍କ ପରାମର୍ଶ କ୍ରମେ ଯଦି ଅକ୍ସିଜେନ ନିଆଯାଏ ତେବେ ତାହା କ୍ଷତିକାରକ ହୋଇଥାଏ । ଜଣେ ସୁସ୍ଥ ବ୍ୟକ୍ତି ମିନିଟ୍କୁ ୧୨ରୁ ୨୦ ଥର ଶ୍ୱାସକ୍ରିୟା କରିଥାନ୍ତି । ଯଦି ଏହାଠାରୁ ଅଧିକ ହୋଇଥାଏ ତେବେ ତାହା ଅସୁସ୍ଥତାର କାରଣ ବୋଲି ବିଶେଷଜ୍ଞ ମତ ଦିଅନ୍ତି । ଆଉ କରୋନା ରୋଗୀଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟାରେ ଅସୁବିଧା ପ୍ରାୟତଃ ଦେଖାଦେଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?