ଚଣ୍ଡିଖୋଲ ସଭାର ମାଡ଼ରେ ବିଜେଡି ଭୟଭୀତ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୃସିଂହ ସାହୁଙ୍କ ୧୧୦ ଅଙ୍କକୁ କାଉଣ୍ଟର କଲେ ବିଜେପି ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। କହିଲେ ବିଜେପି ଏକାକୀ ଲଢ଼ି ଓଡ଼ିଶାରେ ସରକାର ଗଠନ କରିବ। ଯାଜପୁର ଚଣ୍ଡିଖୋଲ ପ୍ରଧାନମନ୍ତ୍ରୀ ସଭାର ମାଡ଼ରେ ବିଜେଡି ଭୟଭୀତ। ସବୁଠି ମୋଦି ମୟ। । ମେଣ୍ଟର ପ୍ରଶ୍ନ ଉଠୁନି । ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଛୁ ଏକାକୀ ଲଢିବୁ। ବିଜେଡିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ ବୋଲି।

ବିଜେପି ସହ ମେଣ୍ଟ ହେବନି। ମୁଖ୍ୟମନ୍ତ୍ରୀଙ୍କୁ କେବଳ ଗୋଟିଏ ଭୟ ସେ ହେଲା ପ୍ରଦୀପ ପାଣିଗ୍ରାହୀ। ଗଞ୍ଜାମରେ ସ୍ଥିତି ସାଙ୍ଘାତିକ ତାଙ୍କର। ହାରିବା ସୁନିଶ୍ଚିତ। ମୁଖ୍ୟମନ୍ତ୍ରୀ ଅସ୍ଥିର, ବିଚଳିତ। ତାଙ୍କ ଚିନ୍ତା ଖାଲି କାର୍ତ୍ତିକ ପାଇଁ। ବାପ ପୁଅ ଭଳି ଫଟ ଉଠାଉଛନ୍ତି। କାର୍ତ୍ତିକର କିଛି ଯେମିତି ନହଉ ସେଥିଲାଗି ମେଣ୍ଟ ପାଇଁ ଆଗ୍ରହ ଦେଖାଉଛନ୍ତି। ଏ କଥାକୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି। ଲେଖା ଛିଡି ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ