Before Header

ଟ୍ରକ ଚାପରେ ସ୍ୱାମୀ-ସ୍ତ୍ରୀ ମୃତ

0 53

ବ୍ରଜରାଜନଗର (ବଡ଼ ଖବର ବ୍ୟୁରୋ): ଟ୍ରକ ଚାପରେ ସ୍ୱାମୀ-ସ୍ତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର ବିଧାନସଭା ଛେତ୍ରର ରେଙ୍ଗାଲୀ ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୪୯ ର ସାହାସବଗା ଛକରେ । ଟ୍ରକ ଚାପରେ ସ୍ୱାମୀ ଓ ସ୍ତ୍ରୀର ମୃତ୍ୟୁ ଘଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିଥିବା ସହ କ୍ଷତିପୂରଣ ଓ ବେପାରୁଆ ଗାଡ଼ି ଚାଳନାକୁ ରୋକିବା ଦାବୀ କରିଛନ୍ତି।

ମୃତକ ସ୍ୱାମୀ ରାମକୃଷ୍ଣ ସା ବୋଲି ଜଣାପଡିଛି। ଏମାନେ ଲଖନପୁର ବ୍ଲକର ବିନିକା ସାପାଲିର ବାସିନ୍ଦା ଅଟନ୍ତି । କତରବଗା ହାଇସ୍କୁଲରେ ପାଠ ପଢ଼ୁଥିବା ଝିଅକୁ ଦେଖା କରିବାକୁ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଉତ୍ତେଜନା ଦୃଷ୍ଟିରୁ ଲଖନପୁର ପୋଲିସ ବୁଝାସୁଝା କରୁଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.